ଦେଓଗାଁ ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ସଭ୍ୟ ହେମସାଗର ପଧାନଙ୍କ ପରଲୋକ

ଦେଓଗାଁ: ଦେଓଗାଁ ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ପ୍ରତି‌ଷ୍ଠାତା ସଭ୍ୟ ତଥା ସାଲେପାଲି ଗାଁର ଅବସରପ୍ରାପ୍ତ ଶିକ୍ଷକ ହେମସାଗର ପଧାନଙ୍କ ଶନିବାର ଦିନ ୨ଟାରେ ଦେହାନ୍ତ ହୋଇଯାଇଛି। ଶେଷ ସମୟରେ ତାଙ୍କ ଏକମାତ୍ର ପୁଅ ନେତ୍ରାନନ୍ଦ ପଧାନ (ରୋଜାଲିନ୍‌) ଓ ୬ ଝିଅଜ୍ବାଇଁ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକ୍‌ ସାହିତ୍ୟଘରର ସଭାପତି ଡ. ସୁଧାଂଶୁ ମେହେର, ସଂପାଦକ ଧନେଶ୍ବର ଥନାପତି ସଂଯୋଜକ କିଶୋର ସାହୁଙ୍କ ସହ ସାହିତ୍ୟଘରର ସମସ୍ତ ସଭ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ପଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ, କବି, ଆକାଶବାଣୀ ଗୀତିକାର, ନାଟ୍ୟକାର, ନାଟ୍ୟ ନିର୍ଦେଶକ, କଳାକାର, ସମାଜସେବୀ ଥିଲେ। ତାଙ୍କର ରଚିତ ପୁସ୍ତକ ଫୁଲଚାଙ୍ଗରି ଓ କବିତା ସଂକଳନ ପ୍ରକାଶ ପାଇଥିଲା। ସେ ସତୀ ସିନ୍ଦୂର, ତୁଲସୀ ବିବାହ ପରି ଅନେକ ଗୀତିନାଟ୍ୟ ତଥା ନାଟକର ରଚୟିତା ଅଟନ୍ତି। ତାଙ୍କ ଶେଷକୃତ୍ୟରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଅପରାହ୍ଣ ୫ଟା ସମୟରେ ସୋନଗଡ଼ ନଦୀରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର