ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି

ବଲାଙ୍ଗୀର: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ହେଉ । ଏଠାରେ ସ୍ୱାଧନତା ପୂର୍ବରୁ ଏକ ହାଇକୋର୍ଟ କାର୍ଯ୍ୟ କରୁଥିଲା । ଗଡ଼ଜାତ ମିଶ୍ରଣ ସମୟରେ ହାଇକୋର୍ଟ କଟକକୁ ଚାଲିଯାଇଥିଲା । ଏଣୁ ବଲାଙ୍ଗୀରରେ ହାଇକୋର୍ଟର ପୁନଃସ୍ଥାପନ କରାଯାଉ ବୋଲି ଦୀର୍ଘ ବର୍ଷ ହେଲା ବଲାଙ୍ଗୀର ଓକିଲ ସଂଘ ଓ ବିଭିନ୍ନ ସଂଗଠନ ଦାବି କରି ଆନ୍ଦୋଳନ କରି ଆସୁଛନ୍ତି । ବିଗତ ନିର୍ବାଚନ ପରେ ଏ ନେଇ ବଲାଙ୍ଗୀରରେ ଆନ୍ଦୋଳନ  ତେଜିଥିଲା ।

ବଲାଙ୍ଗୀର ଆକ୍ସନ କମିଟିର ନେତୃତ୍ୱରେ ଓକିଲ ସଂଘ ଓ ଅନ୍ୟାନ୍ୟ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏବେ ପୁଣି ଥରେ ହାଇକୋର୍ଟ ବେଞ୍ଚ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଆକ୍ସନ କମିଟି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଅନ୍ୟପଟେ ବଲାଙ୍ଗୀର ଓକିଲ ସଂଘର ଇଣ୍ଟରିମ ଅଧ୍ୟକ୍ଷ ପ୍ରବୀଣ ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚିଠି ଖେଳ ନ ହୋଇ ପ୍ରକୃତ ଆନ୍ତରିକତାର ସହ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର