ଦେଓଗାଁ: ବଲାଙ୍ଗୀର ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି। ଗୁଡ଼ଭେଳା ବ୍ଳକର ଖଡଙ୍ଗ,ରାହୁଲ ନଦୀରେ କ୍ଷୀପ୍ର ଗତିରେ ପାଣି ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ଅଧିକ ବର୍ଷା ହେବା ଯୋଗୁଁ ୨ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ତେବେ ପ୍ରଶାସନ ତତ୍ପରତାର ସହ ନଦୀ ଖଣ୍ଡିଆ ଗାଁଗୁଡ଼ିକ ଉପରେ ନଜର ରଖିଛି। ଏହି ବର୍ଷା ଯୋଗୁଁ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ ଘର ଭାଙ୍ଗିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।

Advertisment

publive-image

କୁତୁର୍ଲା ପଞ୍ଚାୟତର ସାରବାହଲ ଗାଁର ଜିତେଶ ରଣା, ନନ୍ଦ ମହାକୁରଙ୍କ ଘର ମଙ୍ଗଳବାର ଦିନ ହୋଇଥିବା ବର୍ଷା ଯୋଗୁଁ ଭାଙ୍ଗିଯିବାରୁ ପର ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ସେହିପରି ଗାଇବାହଲ ପଞ୍ଚାୟତର ଘୁଚିପାଲି ଗାଁର ବିକଳ ମାଝୀ, ସୁରେନ୍ଦ୍ର ମାଝୀ ଓ ସୁକାନ୍ତି ମାଝୀଙ୍କ ଘର ଭାଙ୍ଗିଯାଇଛି। ରାମଚନ୍ଦ୍ରପୁର, ଡୁମେର ପିଟା ପଞ୍ଚାୟତର ବିଭିନ୍ନ ଗାଁର ୯ଜଣ ଲୋକଙ୍କ ଘର ବର୍ଷାରେ ଭାଙ୍ଗୁଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଦେଓଗାଁ ବ୍ଳକ କଂଗ୍ରେସ କମିଟିର ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ହେଲ୍ପ ଡେ଼ସ୍କ କରିଛନ୍ତି। ଏଣୁ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।