ବଲାଙ୍ଗୀର: ନିୟମ ଉଲ୍ଲଂଘନ କରିବାରୁ ସିଲ୍‌ ହେଲା ନର୍ସିଂହୋମ୍‌

ଭୁବନେଶ୍ବର: ସାରା ବିଶ୍ବରେ କରୋନା ମୁକାବିଲା ଚାଲୁଥିବା ବେଳେ ଭାରତରେ ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରାଯାଇ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଉଛି। ଓଡ଼ିଶା ମଧ୍ୟ କରୁଛି କରୋନା ମୁକାବିଲା । ଆଉ ଏହି ସଙ୍କଟ ସମୟରେ ସମସ୍ତେ ଏକାଠି ହୋଇ ସରକାରଙ୍କ ପରାମର୍ଶକୁ ପାଳନ କରୁଥିବେଳେ ନିୟମ ଉଲ୍ଲଂଘନର ବଡ଼ ଘଟଣା ସାମ୍ନାକୁ ଆସିିଛି । ଏକ ଘରୋଇ ନର୍ସିଂ ହୋମ୍ କୋଭିଡ୍-୧୯ର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଘରୋଇ ନର୍ସିଂ ହୋମକୁ ସିଲ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ।

ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ବଲାଙ୍ଗୀରର ଘରୋଇ ନର୍ସିଂ ହୋମ୍ ହରିହର ହସ୍ପିଟାଲ ସରକାର ଜାରି କରିଥିବା କୋଭିଡ୍-୧୯ର ନିୟମାବଳୀର ଉଲ୍ଲଂଘନ କରିଛି । ଏପରିକି ସାମାଜିକ ଦୂରତା, ଏବଂ ସାନିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନର୍ସିଂ ହୋମକୁ ସିଲ୍ କରିଛି ।

ସମ୍ବନ୍ଧିତ ଖବର