ବଲାଙ୍ଗୀର: ପାଟଣାଗଡ଼ ଜଙ୍ଗଲରୁ ଗୁରୁବାର ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ ୬୭,୪୯୮ଟି ଇଲେକ୍ଟ୍ରୋନିକ ଡିଟୋନେଟର ଜବତ ହୋଇଛି। ଡୁଙ୍ଗୁରିପାଲି ଜଙ୍ଗଲରେ ଥିବା ଏକ ଜଙ୍ଗଲରୁ ଏହା ଜବତ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଜଙ୍ଗଲରେ ଚଢ଼ାଉ କରି ଏକ ଭେନରେ ଥିବା ଡିଟୋନେଟର ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି।
ବଲାଙ୍ଗୀର: ପାଟଣାଗଡ଼ରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2017/11/arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)