ଉଚ୍ଛେଦ ପ୍ରତିବାଦରେ ଉତ୍ତେଜନା: ପୌର କାର୍ଯ୍ୟାଳୟକୁ ଧସେଇ ପଶିଲେ ଶହଶହ ମହିଳା ଓ ପୁରୁଷ, ପୁଲିସ ସହ ମୁହାଁମୁହିଁ

ବଲାଙ୍ଗୀର: ବଲାଙ୍ଗୀର ସହରର ବିଭିନ୍ନ ପଡାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଗକୁ ଇନ୍ଦିରାନଗର ପଡାରେ ଜବରଦଖଲ ଉଚ୍ଛେଦ କରିବ ପ୍ରଶାସନ। ଏହା ଜାଣିବା ପରେ ଆଜି ଇନ୍ଦିରାନଗର ପଡାର ଶହ ଶହ ମହିଳା ଓ ପୁରୁଷ, ବଲାଙ୍ଗୀର ପୌର କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି।

ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ପୌର କାର୍ଯ୍ୟାଳୟରେ ଉତ୍ତେଜନା ଦେଖି ଦେଇଛି। ଥଇଥାନ ନକରି କଣ ପାଇଁ ଉଚ୍ଛେଦ କରାଯାଉଛି ବୋଲି ପ୍ରଶ୍ନ କରୁଛନ୍ତି ଇନ୍ଦିରାନଗର ବାସିନ୍ଦା।

ସମ୍ବନ୍ଧିତ ଖବର