ଦେଓଗାଁ: ବଲାଙ୍ଗୀର ବନାଞ୍ଚଳର ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଶିକାଛିଡ଼ା ପଞ୍ଚାୟତ ଅସୁର ଡୁଙ୍ଗୁରୀ ଗାଁର ଅନୀଲ ମାଝୀ (୫୬), ପଡ଼ୁ ମାଝୀ (୨୦), ତରଣୀ ମାଝୀ (୨୫), ଲବ ଭୂଏ( ୨୫), ସରୋଜ ବରିହା (୨୩) |
ସେମାନଙ୍କୁ ୪ ଦିନ ଧରି ପଚରାଉଚରା କରିବା ପରେ ଗତ ୧୩ ତାରିଖରେ କୋର୍ଟ ଚାଲାଣ କରିଛି ବନ ବିଭାଗ। ୫ ଜଣକୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ହାତୀ ଦାନ୍ତ ସହ ଫେରାର ହୋଇଛି। ଅନ୍ୟପକ୍ଷରେ ହାତୀ ଶିକାରରେ ବ୍ୟବହାର ହୋଇଥିବା ବିଦ୍ୟୁତ ତାରକୁ ମଧ୍ୟ ଜବତ କରିଛି ବନ ବିଭାଗ।
ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରାଙ୍କୁ ପଚାରିବାରୁ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ମୁଖ୍ୟ ଅଭିଯୁକ୍ତ ଦାନ୍ତ ସହ ଶୀଘ୍ର ଧରାପଡିବ ବୋଲି କହିଛନ୍ତି। ଗତ ୭ ତାରିଖରେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ଏକ ମୃତ ହାତୀକୁ ଠାବ କରିଥିଲା ବନ ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/9ICYb7DSxFv4PRk7Tx9h.jpeg)