ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗଲେ ଜେଲ୍‌

ଲାଠୋର: ସ୍ତ୍ରୀକୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଲାଠୋର ଥାନା ଭରୁଆମୁଣ୍ଡା ଗାଁର ନିତ୍ୟା ତାଣ୍ଡିଙ୍କୁ ପୁଲିସ ଗିରଫ କରିଛି।
ନିତ୍ୟା ଓ ପୁଷ୍ପାଙ୍କ ୧୮ ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କ ୨ ପୁଅ ଅଛନ୍ତି। ତେବେ ଗତ ୬ ବର୍ଷ ହେବ ନିତ୍ୟା ସ୍ତ୍ରୀର ଚରିତ୍ର ସନ୍ଦେହ କରି ନିର୍ଯାତନା ଦେଇ ଆସୁଥିଲେ। ପୁଷ୍ପା କୁଲି ମଜୁରି କରି ଘର ଚଳାଉଥିବା ବେଳେ ନିତ୍ୟା ନିଶା ସେବନ କରି ଘରେ ଗାଳିଗୁଲଜ କରି ଆସୁଥିଲେ। ଗତ ୨୮ ତାରିଖ ଦିନ ନିତ୍ୟା ସ୍ତ୍ରୀକୁ ମାଡ଼ ମାରି ଘରୁ ତଡ଼ି ଦେବାରୁ ସ୍ତ୍ରୀ ପୁଷ୍ପା ଲାଠୋର ଥାନାକୁ ଆସି ସ୍ୱାମୀଙ୍କ ନାମରେ ଏତଲା ଦେଇଥିଲେ। ଏହି ମାମଲାରେ ପୁଲିସ ନିତ୍ୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର