ଡୁଡୁକା: ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ(ଯାତ୍ରାଜଗତ) ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ଆଗରପଡ଼ା(ଡୁଡୁକା) ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା। ପୂର୍ବ ଓଡ଼ିଶାର ସିନେ ପ୍ରଯୋଜକମାନେ ପଶ୍ଚିମ ଓଡ଼ିଶାର ସ୍ବନାମଧନ୍ୟ କଳାକାର ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବାରୁ ସେମାନେ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପାର୍ଟିକୁ ଯାତ୍ରା କରିବାକୁ ଦେବେ ନାହିଁ ବୋଲି ନାରା ଦେଇ ପ୍ରତିବାଦ କରିଥିଲେ।
ବିରୋଧ ଓ ନାରାବାଜି ଯୋଗୁଁ ଯାତ୍ରା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ଆୟୋଜକ। ସମାନ ଭାବରେ ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ପଡ଼ିବାକୁ ଥିବା ଅପେରାକୁ ବାତିଲ କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଏଠି ପ୍ରଶ୍ନ ଉଠୁଛି, ମନୋଜ ମିଶ୍ର ଓ ଅନ୍ୟ ଅଭିନେତାଙ୍କ କଳିକୁ ନେଇ ଅନ୍ୟମାନେ କାହିଁକି ପ୍ରଭାବିତ ହେବେ। ଯାତ୍ରଜଗତ ଏକ ଭିନ୍ନ ମନୋରଞ୍ଜନର ମାଧ୍ୟମ ହୋଇଥିବା ଜାଣି ମଧ୍ୟ ଏପରି ବିରୋଧ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।
ଓଲିଉଡ କଳି: ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଯାତ୍ରା ପ୍ରଦର୍ଶନକୁ ବନ୍ଦ କରାଗଲା
/sambad/media/post_attachments/wp-content/uploads/2023/11/Jollywood-Facing-Problems-For-Ollywood-Conflict_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)