କଂଟାବାଞ୍ଜି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

କଂଟାବାଞ୍ଜି: ଆଉ କିଛି ଦୂର ରାସ୍ତା ଅତିକ୍ରମ କଲା ପରେ ବିବାହ ଭୋଜିରେ ଯୋଗ ଦେଇ ସମ୍ପର୍କୀୟ ମାନଙ୍କ ସହ ହସଖୁସିରେ ଭୋଜି ଖାଇଥାନ୍ତେ। ହେଲେ ଭାଗ୍ୟ କିଛି ଅଲଗା ଥିଲା। ଏକ ବାଇକରେ ତିନି ଜଣ ସାଙ୍ଗ ସିଂଧେକେଲାରୁ ବଙ୍ଗୋମୁଣ୍ଡା ଆସୁଥିଲେ। ମୁଣ୍ଡପଦର ଛକ ନିକଟ ରାସ୍ତା ବୁଲାଣିରେ ଥିବା ସିମେଣ୍ଟ ଖୁଣ୍ଟରେ ବାଡେଇ ହୋଇ ସଡ଼କ ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ପ୍ରଥମେ ସିଂଧେକେଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଟିଟିଲାଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତକ ଦୁଇ ଜଣ ହେଲେ ସିଂଧେକେଲା ଗାଁର ବବଲୁ ବାରିକ ଓ ମହାଲିଙ୍ଗ ଗାଁର ନିମାଇଁ ହଂସ। ଗୁରୁତର ଜଣକ ହେଲେ ସଇତଲା ବ୍ଲକ ଧରପଗଡ଼ ଗାଁର ତୁଳରାମ ପସାୟତ।

ସୂଚନା ପାଇ ବଙ୍ଗୋମୁଣ୍ଡା ଏବଂ ସିଂଧେକେଲା ପୁଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛି। ଦୁଇ ମୃତକଙ୍କ ଶବକୁ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର