କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ହେଉଛିl ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏପରି ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛିl ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। ଆଜିର ଏହି ବନ୍ଦରେ ସହରର ୫୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି।
ଏହି ବନ୍ଦ ପାଳନରେ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସମେତ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ନବଲ ଶର୍ମା, ଶୈଳେନ୍ଦ୍ର ବେହେରା, କୈଳାସ ଦୀପ, ପ୍ରଦୀପ ବାଗ, ଅମରେନ୍ଦ୍ର ତାଣ୍ଡି, ଦେବରାଜ ଯାଦବ , ନରେନ୍ଦ୍ର ସୁନା, ବିଶର୍ବ ବେହେରା ପ୍ରମୁଖ ନେତୃତ୍ବ ନେଇଛନ୍ତି।