କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ରାଜୁ ଜଙ୍ଗଲରେ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାର ଖବର ମିଳିଛି । ଯୁବକଜଣକଙ୍କ ଗଳିତ ଶବ ଏହି ଜଙ୍ଗଲରେ ଗତ ୩ ରୁ ୪ ଦିନ ଧରି ଥିବା ଜଣାଯାଇଛି । ତେବେ ମୃତକଙ୍କର ପରିଚୟ ମିଳିନାହିଁ। ରାଜୁ ଜଙ୍ଗଲରେ କିଛି ସ୍ଥାନୀୟ ଯୁବକ ଗାଈ ଚରାଉଥିବା ବେଳେ ଶବ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ଓ ତୁରେକେଲା ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।
କଣ୍ଟାବାଞ୍ଜି: ଜଙ୍ଗଲରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ
/sambad/media/post_attachments/wp-content/uploads/2020/09/kanta.jpg)