ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରି

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଡୁଡୁକାସିରା ଗ୍ରାମରେ ଗତ ୭ ତାରିଖରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଅସ୍ଥାୟୀ ଗୋଦାମରୁ ଚୋରି ହୋଇଛି। ଏନେଇ କେନ୍ଦୁଲିଫ ସଦର ରେଂଜ ଅଫିସର ମୋହନ ରଂଜନ ପାଣ୍ତିଆ ସଦର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଏହି ଘଟଣାରେ ସନ୍ଦେହ ଘେରରେ ଥିବା ୩ ଜଣ ବ୍ୟକ୍ତିଙ୍କ ନାମ ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ସଦର ଥାନା ଅଧିକାରୀ ସଂଗ୍ରାମଙ୍କୁ ପଚାରିବାରେ ସେ କହିଥିଲେ ଯେ, ଏହି ଘଟଣାର ତଦନ୍ତ ଚାଲୁଛି।

ସମ୍ବନ୍ଧିତ ଖବର