ରାସ୍ତା କଡ଼ରୁ ଖଇର କାଠ ଜବତ

ଖପ୍ରାଖୋଲ: ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଧଣ୍ତାମୁଣ୍ତାରୁ ଚାଉଲବାଞ୍ଜି ରାସ୍ତା କଡ଼ରୁ ଶୁକ୍ରବାର ସଂଧ୍ୟାରେ ୫ କୁଇଣ୍ଟାଲ ଖଇର କାଠ ବନବିଭାଗ ଜବତ କରିଛି। ଖପ୍ରାଖୋଲ ବନାଧିକାରୀ ଶ୍ରିବତ୍ସ କୁମୁରା କୌଣସି ସୂତ୍ରୁର ଖବର ପାଇ ଘଟଣାସ୍ଥଳକୁ ଫରେଷ୍ଟର ଗୁଣନିଧି ପରିଡା, ପିଙ୍କୁ ଭୋଇ, ଫରେଷ୍ଟ ଗାର୍ଡ ବିନୋଦ ବିହାରୀ ଧରୁଆ, ବିୟୟାନନ୍ଦ ପାଣିଗ୍ରାହୀ ପ୍ରମୁଖଙ୍କ ସହାୟତାରେ ଚଢ଼ଉ କରି ଉକ୍ତ କାଠ ଜବତ କରିଥିଲେ। ସେଠାରେ ଏକ ଚାଷ ଜମିରେ ଏହି କାଠ ପଡ଼ିଥିଲା। ଏନେଇ କେସ ନଂ ୨୭/୨୦୧୮-୧୯ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର