କୁନ୍ଦୁଲି ତାତି:କଂଗ୍ରେସ, ବିଜେପି ଓ ଅଲ୍‌ ଇଣ୍ଡିଆ ଡିଏସ୍‌ଓର ଆନ୍ଦୋଳନ

ବଲାଙ୍ଗୀର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ବୁଧବାର ବଲାଙ୍ଗୀର ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। କଂଗ୍ରେସ, ବିଜେପି ଓ ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ ଧାରଣା, ପୁତୁଲା ପୋଡ଼ି କରାଯାଇଛି। ସହରରେ ଗାଡି ଚଳାଚଳ, ଦୋକାନ ବଜାର, ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ସଂଧ୍ୟାରେ ସ୍ୱାଭାବିକ ହୋଇଥିଲା ସହର।
ସକାଳେ ବଲାଙ୍ଗୀର କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ ମନୀଷ ମିଶ୍ର, ଅସିତ ମିଶ୍ର, ବୁଲୁ ଦାନୀ, ପ୍ରେମପ୍ରକାଶ ମିଶ୍ର, ବ୍ରଜ ସେଠୀ, ପ୍ରେମପ୍ରକାଶ ମିଶ୍ର, ଅବିନାଶ ସାଏ, ସୁଦାମ ସାହୁ, ଅଖଣ୍ଡ ସେଠ, ସୌମ୍ୟଦୀପ ସରାଫଙ୍କ ସହ କଂଗ୍ରେସର କର୍ମକର୍ତ୍ତାମାନେ ବାଇକ୍‌ରେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଦୋକାନ ବଜାର ବନ୍ଦ କରାଇଥିଲେ।
ସେହିପରି ବିଜେପି ପକ୍ଷରୁ ମଧ୍ୟ ପୂର୍ବ ସଭାପତି ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ, ଯୁବ ମୋର୍ଚ୍ଚା ସଭାପତି ଅଜୟ ବାଲି, ଅନନ୍ତ ଦାଶ, ରାକେଶ ମିଶ୍ର, ସୂରଜ ଗୁରୁ, ପୀତାମ୍ବର ଖମାରୀ, କୁଂଜ କଠାର, ଅନୀଲ ପାଣିଗ୍ରାହୀ, ପଙ୍କଜିନୀ ପଣ୍ଡାଙ୍କ ସହ ବହୁ ନେତା ସହରରେ ବାଇକ୍‌ ଶୋଭାଯାତ୍ରା କରି ଦୋକାନ ବଜାର ବନ୍ଦ କରାଇଥିଲେ। ଏହାପରେ କଚେରୀ ଛକରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସିଭିଲ୍‌ କୋର୍ଟରେ ବିଜେପି ନେତାଏ ପହଞ୍ଚି ବିଚାରପତିମାନଙ୍କୁ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଆଉ କଚେରୀ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୁତୁଲା ପୋଡ଼ିଥିଲେ।
କଂଗ୍ରେସର ଗୋଟିଏ ଗୋଷ୍ଠୀ ବାଇକ୍‌ରେ ସହର ପରିକ୍ରମା କରି ଦୋକାନ ବଜାର ବନ୍ଦ କରାଉଥିବା ବେଳେ କଂଗ୍ରେସ ନେତା ହେମନ୍ତ ପଣ୍ଡା, ବିଧୁଭୂଷଣ ତ୍ରିପାଠୀ, ଭଗବାନ ବଗର୍ତ୍ତୀ, ପ୍ରଦ୍ୟୁମ୍ନ ମିଶ୍ରଙ୍କ ନେତୃତ୍ୱରେ କେତେଜଣ କଂଗ୍ରେସ କର୍ମୀ କଚେରୀ ଛକରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରା ଦେଇଥିଲେ। କଂଗ୍ରେସ ନେତା ଶ୍ରୀ ପଣ୍ଡା ଓ ଅନ୍ୟମାନେ ନାରାବାଜି ଚଳାଇଥିବା ବେଳେ କଂଗ୍ରେସର ଅପର ଗୋଷ୍ଠୀ ବାଇକରେ ଆସି ପହଞ୍ଚି ଥିଲେ। କିଛି ଦୂରରେ ଠିଆ ହୋଇ ରହିଥିଲେ। ଏହାପରେ କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା ଓ ଅନ୍ୟମାନେ ଧୀରେ ଧୀରେ ଆସି ପୂର୍ବରୁ ନାରାବାଜି କରୁଥିବା କଂଗ୍ରେସ କର୍ମକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କଚେରୀ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୁତୁଲା ପୋଡ଼ି କରାଯାଇଥିଲା।
ବିଜେପି, କଂଗ୍ରେସ ଦଳ ସେମାନଙ୍କ ପ୍ରତିବାଦ, ପୁତୁଲା ପୋଡ଼ି ଚଳାଇଥିବା ବେଳେ ଅଲ୍‌ ଇଣ୍ଡିଆ ଡିଏସ୍‌ଓର କର୍ମକର୍ତ୍ତାମାନେ ମଧ୍ୟ ପହଞ୍ଚିଥିଲେ କଚେରୀ ଛକରେ। ଗଣଦୁଷ୍କର୍ମକାରୀଙ୍କୁ ଗିରଫ କରିବା, ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଭଳି ବିଭିନ୍ନ ଦାବିରେ ଜିଲ୍ଲା ସଭାପତି ସୁନୀଲ ଭୋଇଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ଲକ୍ଷ୍ମୀଧର ସାମଲ, ରାଜେଶ ସାହୁ, ଯୋଗେଶ୍ୱର ରଣା, ରାଜେନ୍ଦ୍ର ରଣା, ରାଜୀବ ମହାକୁଳ, ଖୁସିରାମ ସୁନା, ତ୍ରିଲୋଚନ ସାହୁ, ମମତା ନାୟକ, ସୁନୀତା ସରଭଙ୍ଗ, ହିମାଂଶୁ ବାଗ, ଶିବରାମ ସାହୁ ପ୍ରମୁଖ ପ୍ରତିବାଦରେ ସାମିଲ ହୋଇଥିଲେ।
ଗୁଡ଼ଭେଲା: ଗୁଡ଼ଭେଲାରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ସରକାର ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଥିବା ଯୋଗୁଁ ବନ୍ଦ ରହିଥିଲା। ବ୍ୟାଙ୍କ ଓ ଅଫିସଗୁଡ଼ିକ ସ୍ୱତଃସ୍ଫୁର୍ତ୍ତ ଭାବେ ଖୋଲା ଯାଇ ନ ଥିବା ବେଳେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିଲା। ତେବେ ବ୍ଲକ ସଦର ମହକୁମା ଗୁଡ଼ଭେଲା, ଯାମୁଟ, ବ୍ୟବସାୟିକ ପେଣ୍ଠସ୍ଥଳୀ ଦେଉଳଗୁଡ଼ି ଛକ, ଡାହିମାଲ ଛକ ସ୍ୱାଭାବିକ ଭାବେ ଚଳଚଞ୍ଚଳ ଥିବା ପରିଲକ୍ଷିତ ହୋଇଥିଲା। କଂଗ୍ରେସ ପକ୍ଷରୁ ବ୍ଲକ ଯୁବ ସଭାପତି ଶ୍ରୀକାନ୍ତ ବାଗଙ୍କ ନେତୃତ୍ୱରେ ନଗର ସଭାପତି ହନିଫ ମହମ୍ମଦ, ଛାତ୍ର ସଭାପତି ସମୀର ମହମ୍ମଦ, ବିଜୟ ସାହୁ, କାହ୍ନା ପ୍ରଧାନ, ଶୁଭମ କେଡ଼ିଆ, ଶାନ୍ତନୁ ବେହେରା, ଶଙ୍କର ବେହେରା, ପାଳନ ନାଗ, ଆଲୋକ ସାହୁ, ଦେବାଶିଷ ମହାପାତ୍ର, ପିଙ୍କୁ ବନଛୋର, ପ୍ରୀତମ ସାହୁ, ଶୁଭମ ସାହୁ, ନରେଶ କେଡ଼ିଆ ସାମିଲ ଥିଲେ। ସେହିପରି ବିଜେପି ପକ୍ଷରୁ ଜିଲ୍ଲା ସଂପାଦକ ଦୀନବନ୍ଧୁ ବେହେରା ଓ ଜିଲ୍ଲା ଯୁବ ଉପ ସଭାପତି ପ୍ରେମାନନ୍ଦ ସାହୁଙ୍କ ନେତୃତ୍ୱରେ କାଉନସିଲର ପ୍ରଦୀପ ସାହୁ, ସୁରେନ୍ଦ୍ର ରଣା, ଆଶୁତୋଷ ପ୍ରଧାନ, ଅମରେଶ କେଡ଼ିଆ, ନକୁଳ ସାହୁ, ଚନ୍ଦ୍ରଭାନୁ ସୁନା, ମୁରଲୀ ରଣା, ଓମକାର ରଣା, କୁନ୍ତଭୁଜ ରଣା, ଫକିର ସାହୁ, ଖଗେଶ୍ୱର ରଣା, ମାନନ୍ଦୁଲୁ ନନ୍ଦ ପ୍ରମୁଖ ସାମିଲ ଥିଲେ।
ଲୋଇସିଂହା: ଲୋଇସିଂହାରେ ବ୍ଲକ୍‌ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଆଦିବାସୀ ସେଲ ବ୍ଲକ୍‌ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଏ, ମୋହିତ ମିଶ୍ର, ରଞ୍ଜନ ବେହେରା, ଅଶୋକ ଭିତିରିଆ, ଜିତୁନ ଦୀପ, ଗୋପାଳ ସା, ଦୀନ ସଲତର ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ। ସେହିପରି ବିଜେପି ପକ୍ଷରୁ ବ୍ଲକ୍‌ ଯୁବମୋର୍ଚ୍ଚା ସଭାପତି ସୁଦୀପ ସା, ଜିଲ୍ଲା ଉପସଭାପତି ଉତ୍ତମ କବାଟ, ବ୍ଲକ୍‌ ଉପସଭାପତି ଟିକୁ ସାହୁ, ଏସସି ମୋର୍ଚ୍ଚା ସଭାପତି ଆନନ୍ଦ ନାଏକ, ଭୂତନାଥ ନାଏକ, ଭୀମରାଜ ବାଗ, ମକାରୁ ଧରୁଆ, ସରୋଜ ସାହୁ, ଗୌରାଙ୍ଗ ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ।
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡାରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଷ୍ଟ୍ରପତି ବେହେରାଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କିଶୋର ଜୈନ, ଦିବାକର ବାଗ, ସାଧୁ ମେହେର, ଟୁନା ହିଆଲ, କାଲୁ ଶର୍ମା ପ୍ରମୁଖ ସାମିଲ ଥିଲେ।
କଂଟାବାଞ୍ଜି: କଂଟାବାଞ୍ଜିରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଲକ୍ଷ୍ମଣ ବାଗ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ମନୀଷ ଅଗ୍ରଓ୍ଵାଲ, ମୋହନ ଶର୍ମା, ଅଶୋକ ଦାସ, ଜଗନ୍ନାଥ ନାଗ, ଅଜୁ ଶର୍ମା, ନୀଳକଣ୍ଠ ଶତପଥୀ, କାଲିଆ ସୁନା, ଆଶିଷ ଅଗ୍ରଓ୍ଵଲ, ଆଶିଷ ଶର୍ମା, ରାଜେଶ ଶବର, ରାନୁ ଘିଭେଲା ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ।
ପାଟଣାଗଡ଼: ପାଟଣାଗଡ଼ରେ ବିଜେପି ପକ୍ଷରୁ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଏସଏସି ଅଧ୍ୟକ୍ଷା ମାନସମଞ୍ଜରୀ ପାଣିଗ୍ରାହୀ, ଉପଧ୍ୟକ୍ଷ ରାମନାଥ ହୋତା, ରାନା ଚିନ୍ଦା, ନନ୍ଦନ ଠାକୁର, ମଣ୍ଟୁ ଯୋଶୀ, ମୁନା ମହାନ୍ତି ପ୍ରମୁଖ ସାମିଲ ଥିଲେ। ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ କିଶୋର ପରିଚ୍ଛା, ସିର୍ଦ୍ଧାର୍ଥ ମିଶ୍ର, ଅନୀଲ ମେହେର ପ୍ରମୁଖ ଯୋଗ ଦେଇଥିଲେ।
ଟିଟିଲାଗଡ଼: ଟିଟିଲାଗଡ଼ରେ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର, ନଳିନୀ ହୋତା, ଯୁବମୋର୍ଚ୍ଚା ସଭାପତି ପ୍ରତୀକ ମହାପାତ୍ର, ନଗର ସଭାପତି ଚେୟାରମେନ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ ଖର୍ସେଲ, ବରିଷ୍ଠ ନେତା ଗୁଲାବ ସୋନୀ, ଆଇନଜୀବୀ ଗୋବିନ୍ଦ ବିଶି, ଆଲୋକ ନାୟକ, କାର୍ତ୍ତିକ ଛତର, ଅଶୋକ ଭୋଇ, ରାଜୁ ରାଓ, ପ୍ରୟାସ ମହାପାତ୍ର, ନରେଶ ବେହେରା, ରାଜେଶ ପ୍ରଧାନ, ସଞ୍ଜୟ ତ୍ରିପାଠୀ, ହୃଷିକେଶ ବେହେରା, କାଲିଆ ସାହୁ, ମନୋଜ ବିଶି, ଆଦର୍ଶ ପାଣିଗ୍ରାହୀ, ରତିଲାଲ ପ୍ରଧାନ, ସଂଜୀବ ବେହେରା ପ୍ରମୁଖ ସାମିଲ ଥିଲେ। କଂଗ୍ରେସ ପକ୍ଷରୁ ପୂର୍ବ ପିସିସି ଉପସଭାପତି କିଶୋର ଚନ୍ଦ୍ର ପଣ୍ଡା, ଟିଟିଲାଗଡ ବିଧାନସଭା ଯୁବ କଂଗ୍ରେସ ସଭାପତି ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ପ୍ରଭାସ ବହିଦାର, ବ୍ଲକ କଂଗ୍ରେସ ସଭାପତି ତୁଳସୀ ସାହୁ, ଯୁବ କଂଗ୍ରେସର ରାଜ୍ୟ ସଂପାଦକ ବୀରେନ୍ଦ୍ର ବାଗ, କାଉନସିଲର କୃଷ୍ଣଚନ୍ଦ୍ର ସରାଫ, ଯୁବ କଂଗ୍ରେସ ସାଧାରଣ ସଂପାଦକ ଜ୍ଞାନରଞ୍ଜନ ସରାଫ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁକେଶ ଜୈନ, ଉପେନ୍ଦ୍ର ବାଗ, କ୍ଷୀରସାଗର ବର୍ମା, ମହେଶ ରାଓ, ଘିନୁ ଆଡ଼ଜୁଆଡ଼, ବାଲକିଶନ ଦୀପ, ଦେବାନନ୍ଦ ସାହୁ, ଇମରାନ କାଦରୀ, ଜନ୍ମେଞ୍ଜୟ ଖର୍ସେଲ, ରୁଦ୍ର ପ୍ରସାଦ ପୁଞ୍ଜି, ସୁରଜ ବେହେରା, ସୁବ୍ରତ ସାହୁ, ପ୍ରତୀକ ସାହୁ, ସମୀମ ଗୋରୀ, ଜୟସିଂ ତାଣ୍ଡି, ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ଥିଲେ।
ସିନ୍ଧେକେଲା: ସିନ୍ଧେକେଲାରେ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଅନିଲ ନାଏକଙ୍କ ନେତୃତ୍ୱରେ ସଂପାଦକ ଜଗନ୍ନାଥ ବେହେରା, ଉପ ସଭାପତି ସୁରେନ୍ଦ୍ର ସିଂହଦେଓ, ସୁଧାକର ସାହୁ, ପପୁ ସାହୁ, ପ୍ରକାଶ ସିଂ ବାଗ, ସୁନୀଲ ସିଂହଦେଓ, ସୁଶାନ୍ତ ସେନାପତି, ନିରାକାର ରଣା, ସନ୍ତୋଷ ରଣା, ପ୍ରେମାନନ୍ଦ ପ୍ରମୁଖ ବନ୍ଦରେ ସାମିଲ ଥିଲେ। ସେହିପରି କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଲୋକସଭା ଯୁବ କଂଗ୍ରେସ ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସାଧାରଣ ସଂପାଦକ ଟିଙ୍କୁ ସିଂହଦେଓ, କୁନା, ବିରଞ୍ଚି ଜାଲ, ଜଗନ୍ନାଥ ଭୋଇ, ମଞ୍ଜୁଲାଲ ବେହେରା, ହରେ ବେହେରା, ଲୋଚନ ବେହେରା, ଭରତ ବେହେରା, ତ୍ରିନାଥ ସାହୁ ପମୁଖ ସାମିଲ ଥିଲେ।
ଲାଠୋର: ଲାଠୋର ଛକରେ ଖପ୍ରାଖୋଲ ବ୍ଲକ ଜୋନ୍‌ ନଂ ୩ ଯୁବ ପ୍ରଭାରୀ କାଶୀନାଥ ମେହେରଙ୍କ ଅଧ୍ୟକ୍ଷତାରେ ରୋହିତ ଶବର, ଭୋଳା ସୁନାନୀ, ସନ୍ତୋଷ ପାତ୍ର, ମହାଦେବ କୈବର୍ତ୍ତ, ବବଲୁ ମେହେର, ସୁଶାନ୍ତ ମେହେର ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।
ଖପ୍ରାଖୋଲ: ବିଜେପି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସେନ୍ଧ୍ରିଆ ଓ ସଭାପତି ଭରତ ଚନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ରାସ୍ତାରୋକରେ ଜିଲ୍ଲା ପରିଷଦ ସଭ୍ୟ ବିପ୍ର ବିଶି, ସୀତାରାମ ବାଗ, କର୍ଣ୍ଣ ଠାକୁର, ଗଙ୍ଗାଧର ବେହେରା, ଶଶି ପୂଜାରୀ, ଛାୟାକାନ୍ତ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଭରତ ସାହୁଙ୍କ ଅଧ୍ୟକ୍ଷତାରେ ବନ୍ଦ ପାଳନ କରାଯାଇଥିଲା।
ସଇନ୍ତଲା: ସଇନ୍ତଲାରେ କଂଗ୍ରେସ ପକ୍ଷରୁ ପୂର୍ବ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ଯୁବ କଂଗ୍ରେସ ସହ-ସମ୍ପାଦକ ସୁବ୍ରତ ବେହେରା, ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲା, ସୁବୋଧ ମିଶ୍ର, ଦେବରାଜ ପଣ୍ଡା, ଜପେଶ୍ୱର ଜାନୀ, ସମିତି ସଭ୍ୟ ପ୍ରମୋଦ ଅଗ୍ରୱାଲା, କୃଷ୍ଣଚନ୍ଦ୍ର ସାହୁ, ଜ୍ୟୋତିର୍ମୟ ମହାନ୍ତି ପ୍ରମୁଖ ସାମିଲ ଥିଲେ। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଏସସିସେଲ ଜିଲ୍ଲା ସଭାପତି ରମାକାନ୍ତ ମୁନା, ମଣ୍ଡଳ ସଭାପତି ବିଜୟ ପାତ୍ର, ଯୁବମୋର୍ଚ୍ଚା ସଭାପତି ବୁବୁନ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ।
ବେଲପଡ଼ା: ବେଲପଡ଼ାରେ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ନରେନ୍ଦ୍ର ମେହେରଙ୍କ ନେତୃତ୍ୱରେ ମହାବୀର ବେହେରା, ଦୟାନିଧି ମହାଖୁଡ଼, କୃଷ୍ଣ ରାଓ, ତରଣୀସେନ ବାଗ, ଦିଲୀପ ମାଝୀ, ଡବଲ ପୁଟେଲ, ଯୀର ସୁନା, ଡୁକ ବାଗ, ରବି ପାତ୍ର,ବସନ୍ତ ପୁଟେଲ, ଚନ୍ଦ୍ରମଣି ପ୍ରମୁଖ ସାମିଲ ଥିଲେ। ବିଜେପି ପକ୍ଷରୁ ଯୁଗଳ ମେହେରଙ୍କ ନେତୃତ୍ୱରେ ଗୈାରାଙ୍ଗ ବାଗ, ରୂପଧର, ନରସିଂହ ପଣ୍ଡା, ମାଟୁ ବୁଡେକ, ପ୍ରଶାନ୍ତ ଦାଶ, ରୁକ୍ମଣ ସୁନା ପ୍ରମୁଖ ପିକେଟିଂ କରିଥିଲେ।
ଦେଓଗାଁ: ଦେଓଗାଁରେ ସମିତି ସଭ୍ୟ ଜନ୍ମଜୟ ସାହୁ, ପପୁ ପାତ୍ର, ମାର୍କଣ୍ଡ ମେହେର, ହୃଦାନନ୍ଦ ଗଡ଼ତ୍ୟା, କୁନା ସାହୁ, ଓଙ୍କାର ପଟ୍ଟନାୟକ ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର