ଖପ୍ରାଖୋଲ/ପାଟଣାଗଡ଼: ଆଜି ଭଗବାନ ଶିବଙ୍କ ଜାଗର ଯାତ୍ରା। କୁହାଯାଏ ଏହି ଦିନ ଶିବଶଙ୍କରଙ୍କଠାରୁ ଅଭିଷ୍ଟ ପ୍ରାପ୍ତି ପାଇଁ ଭକ୍ତମାନେ ରାତି ଉଜାଗର ରହିଥାନ୍ତି। ମନସ୍କାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି। ସେଇଥିପାଇଁ ଶୈବ କ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି।

Advertisment

ଏଥିରୁ ବାଦ ପଡ଼ିନି ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବ ପୀଠ ହରିଶଙ୍କର। ଏଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏପରିକି ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳୁଛି। ଏବେ ହରିଶଙ୍କରର ସୌନ୍ଦର୍ଯ୍ୟକରଣ ପାଇଁ କାମ ଜୋରସୋରରେ ଚାଲିଥିଲେ ମଧ୍ୟ ଲୋକେ ହରିଶଙ୍କର ବାବାଙ୍କ ଦର୍ଶନ କରିବାକୁ ବଡ଼ି ଭୋରରୁ ଲମ୍ବା ଲାଇନରେ ଛିଡ଼ା ହୋଇ ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି। ହରିଶଙ୍କର ଦର୍ଶନ ସହିତ ପାପନାଶିନୀ ଝରଣାରେ ସ୍ନାନ କରିବାର ନିଆରା ମଜା ନେଉଛନ୍ତି ଶ୍ରଦ୍ଧାଳୁ। ସୂଚନାଯୋଗ୍ୟ, ଜାଗର ରଖିଥିବା ଭକ୍ତମାନେ ରାତି ତମାମ ମନ୍ଦିରରେ ଜାଗର ପାଳନ କରିବେ। ଏଠାରେ ରାତ୍ରି ୧୧ଟାରେ ଅଖଣ୍ଡ ଦୀପ ଉଠିବ।

publive-image

ପବିତ୍ର ଶିବରାତ୍ରି ଯୋଗୁଁ ହରିଶଙ୍କର ମନ୍ଦିର ଭୋର ସାଢେ ୩ଟାରୁ ଖୋଲା ଯାଇ ନୀତିକାନ୍ତି କରାଯାଇ ହରିଶଙ୍କରଙ୍କ ଦର୍ଶନ ଲାଗି ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ଖୋଲା ଯାଇଥିଲା। ହରିଶଙ୍କର ପ୍ରସିଦ୍ଧ ତଥା ପୌରାଣିକ ସମୟର ଶୈବପୀଠ ହୋଇଥିବା ଯୋଗୁଁ ଏଠାକୁ ଜିଲ୍ଲା, ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଯଥା ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଥିଲା।ସେମାନେ ନିଜ ନିଜ ଅଞ୍ଚଳରୁ ଆସି ଏଠାରେ ଥିବା ପାପନାଶିନୀ ଗଙ୍ଗାରେ ଗାଧୋଇ ବାବା ହରିଶଙ୍କରଙ୍କ ଦର୍ଶନ କରିବା, ଫୁଲ ବେଲପତ୍ର ଚଢାଇବା ସହ ଜଳ ଲାଗି କରିଥିଲେ। ଭକ୍ତ ତଥା ଶ୍ରଦ୍ଧାଳୁମାନେ ନିଜ ମନାସି ଥିବା କାମନା କରି ଜଳ ଲାଗି କରି ଶିବରାତ୍ରିରେ ପୁଣ୍ୟ ଅର୍ଜନ କରୁଥିବା ଦେଖିବାକୁ ମିଳିଛି।