କଣ୍ଟାବାଞ୍ଜି: ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କାଦୋବେଡା ଗାଁର ପତି ଝାଙ୍କର(୪୮)। ଗତକାଲି ସନ୍ଧ୍ୟା ସମୟରେ ପାଖ ଜଙ୍ଗଲକୁ କପା ଲଗାଇବାକୁ ପତି ଯାଇଥିଲେ। ସେ ସମୟରେ ପ୍ରବଳ ବର୍ଷା ଓ ବଜ୍ରପାତ ହେଉଥିଲା। ଦୀର୍ଘ ସମୟ ପରେ ମଧ୍ୟ ପତି ଘରକୁ ଫେରିନଥିଲେ। ତେଣୁ ପରିବାର ଲୋକେ ରାତିରେ ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ।
ବ୍ରଜପାତରେ ପତି ଝାଙ୍କରଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ପରିବାର ଲୋକେ ତୁରେକେଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ତୁରକେଲା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/1066233-thunderstorms.png)