କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସମରସିଂ ଗାଁରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ବ୍ୟାନରରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଲେଖାଯାଇଛି । ଗାଁରେ ଲୋକମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତିଗ୍ରସ୍ତ ମିଛ ନିର୍ବାଚନ ବର୍ଜନ, ଗାଁର ବିକାଶ ପାଇଁ ରାଲି ଜୁଲୁସ ଧାରଣା କରିବାକୁ ଉଲ୍ଲେଖ ଥିବା ଦେଖାଯାଇଛି।
ବ୍ୟାନର ପୋଷ୍ଟର ଓଡ଼ିଆ ଭାଷାରେ ଲେଖା ହୋଇଥିବା ବେଳେ ବଲାଙ୍ଗୀର -ବରଗଡ଼- ମହାସମୁନ୍ଦ ଡିଭିଜନ ବୋଲି ଲେଖା ହୋଇଛି। ତୁରେକେଲା ପୁଲିସ ବ୍ୟାନର ପୋଷ୍ଟର ଜବତ କରିଥିବା ବେଳେ ସତରେ କଣ ଏହା ମାଓବାଦୀ ବ୍ୟାନର ନା ଲୋକଙ୍କୁ ଭୟଭୀତ କରିବାକୁ କାହାର ଉଦ୍ୟମ ତାହା ପୁଲିସ ତଦନ୍ତ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/mao.jpg)