ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧ ଗିରଫ

ବଲାଙ୍ଗୀର: ଲୋଇସିଂହା ବ୍ଲକ ମାହାରପାଲି ଗାଁର ଜଣେ ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ବଲାଙ୍ଗୀର ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବୁଧବାର ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ଏହି ସମୟରେ ଗାଁର ମନୋଜ ପୁଟେଲ ଆସି ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ। ଗାଳିଗୁଲଜ ନକରିବାକୁ ମହିଳାଜଣଙ୍କ କହିବାରୁ ମନୋଜ ଓ ତାଙ୍କ ବାପା ଲୋକନାଥ ଘରେ ପଶି ଯାଇଥିଲେ। କବାଟ ବନ୍ଦ କରିବା ସହ ମନୋଜ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମନୋଜକୁ ଗିରଫ କରିଥିଲା। ତେବେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତର ବାପା ଲୋକନାଥ ବି ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ। ତେଣୁ ତାଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର