ଜଙ୍ଗଲରୁ ମେଟାଲ ଚାଲାଣ

ଦେଓଗାଁ: ଶନିବାର ସକାଳ ୮ଟା ସମୟରେ ସଇଁନ୍ତଲା ତହସିଲର ମନୋମରଣ୍ଡାରୁ ମେଟାଲ ବୋଝେଇ କରି ଆସୁଥିବା ୩ଟି ଟ୍ରାକ୍ଟରକୁ ମହିଳାମାନେ ଅଟକ ରଖି ଗାଁକୁ ନେଇ ଯାଇଥିବା ଜଣାପଡ଼ିଛି। ଜଙ୍ଗଲରେ ବହୁ ସମୟ ପର୍ଯ୍ୟନ୍ତ ଟ୍ରାକ୍ଟରଗୁଡ଼ିକୁ ଅଟକାଇ ମହିଳାମାନେ ଗାଡ଼ି ମାଳିକଙ୍କୁ ଅପେକ୍ଷା କରିବା ଓ ପରେ ମାଳିକ ପହଞ୍ଚିବାରେ ବିଳମ୍ବ କରିବାରୁ ବିବ୍ରତ ହୋଇ ଟ୍ରାକ୍ଟର ଡ୍ରାଇଭରକୁ ଗାଁକୁ ଟ୍ରାକ୍ଟର ନେବାକୁ କହିଥିଲେ।
ଦେଓଗାଁ ତହସିଲ ଅଧୀନସ୍ଥ କୁତୁର୍ଲା ଆରଆଇ ସର୍କଲର ନାଇକେନଶିରା ମୋଜାର ମହିଳାମାନେ ଗତ ଶନିବାର ସକାଳେ ମନମୁଣ୍ଡା- ନାଇକେନଶିରା ସୀମାରେ ୩ଟି ଟ୍ରାକ୍ଟର (ଓଡି ୦୩ ସି ୧୯୭୭), (ଓଡି ୦୩ ବି ୭୪୫୨) ଓ (ଓଆର ୦୩ ସି ୮୯୦୪) ମନୋମୁଣ୍ଡାର ଏକ ଲିଜ ଯାଇଥିବା ପଥର ଖାଦାନରୁ ଜାତୀୟ ରାଜପଥ ୨୬କୁ ଆସୁଥିଲା। ଏହି ସମୟରେ ୫୦ରୁ ଅଧିକ ମହିଳା ଯାଇ ବେଆଇନ ଭାବେ ପଥର ଫଟାଇବା ଦ୍ୱାରା ଜଙ୍ଗଲ ଓ ଚାଷଜମିକୁ ଯାଉଥିବା ଲୋକମାନେ ବିପଦର ସମ୍ମୁଖୀନ ହେବା ସହ ଚାଷ ଜମି ନଷ୍ଟ ହେଉଥିବା ଦର୍ଶାଇଥିଲେ। ତେଣୁ ଏହାକୁ ବିରୋଧ କରି ମାଲିକଙ୍କୁ ଖବର ଦେଇଥିଲେ। ମାଲିକ ନ ଆସିବାରୁ ବାଧ୍ୟ ହୋଇ ଗାଡ଼ି ଗାଁକୁ ନେଇଥିଲେ। ଅନ୍ୟପକ୍ଷରେ ଟ୍ରାକ୍ଟର ମାଲିକଙ୍କୁ ଯୋଗାଯୋଗ କରିବାରୁ ସଇଁନ୍ତଲା ତହସିଲର ମନୋମୁଣ୍ଡା ମୋଜାର ଏକ ଲିଜ ଜମିରୁ ଆର ଫର୍ମ ଧରି ୩ଟି ଟ୍ରାକ୍ଟରେ ମେଟାଲ ଆଣୁଥିବା ବେଳେ କେତେକ ମହିଳା ଅଟକାଇଥିଲେ; ମୁନସିକୁ କେଉଁ କାରଣ ଯୋଗୁଁ ଅଟକାଯାଇଛି ବୋଲି ପଚାରିବାରୁ କୁଆଡ଼େ ୭୦ହଜାର ଟଙ୍କା ଗାଁ ଚାନ୍ଦା ଦେବାକୁ ଦାବି କରିଥିଲେ; ଫୋନ ଯୋଗେ ଅକ୍ଷମତା ପ୍ରକାଶ କରିବାରୁ ଟ୍ରାକ୍ଟର ନେଇଗଲେ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର