ନାବାଳିକାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବଙ୍ଗୋମୁଣ୍ତା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ତା ଚାରିଛକ ନାଳା ନିକଟ ଏକ ବୁଦାରୁ ଜଣେ ନାବାଳିକାଙ୍କ ଶବ ଉଦ୍ଧାର କରାଯାଇଛି। ପାରିପାଶ୍ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂ‌ପ ଦେବାକୁ ଚେଷ୍ଟା କରାଯାଇଥିବା ଅନୁମାନ କରାଯାଉଛି। ମୃତ ନାବାଳିକାଙ୍କ ପିତା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଝିଅକୁ ମାରି ଦିଆଯାଇଛି ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଦିବ୍ୟା ଗୁରୁବାର ରାତିରୁ ନିଖୋଜ ଥିଲେ। ଘଟଣାସ୍ଥଳରେ ବଙ୍ଗୋମୁଣ୍ତା ପୁଲିସ ପହ˚ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଶବ ବ୍ୟବ‌େଚ୍ଛଦ ପାଁଇ ପଠାଯାଇଛି।

ସମ୍ବନ୍ଧିତ ଖବର