ଖପ୍ରାଖୋଲ: ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଲ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲପାଳ ଡ ବିଜୟା ନନ୍ଦ ସେଠୀ, ବିଡିଓ ବିଜୟ କୁମାର ହୋତା, ମିଶନ ଶକ୍ତି ଡି ପି ଏମ ସୁମନ ଦ୍ବିବେଦୀ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।
ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ କାଫେ ମାଧ୍ୟମରେ ସୁସ୍ୱାଦୁ ଖାଦ୍ୟ ବଣ୍ଟନ ସହିତ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Untitled-10.png)