କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ୍ଏସିରେ କାଉନସିଲର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଏନ୍ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ଉପାଧ୍ୟକ୍ଷା ମନୋରମା ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଏମ୍ଇ ଅଶୋକ ପଟ୍ଟନାୟକ ସମେତ ବହୁ କାଉନସିଲର ସାମିଲ ଥିଲେ। ବୈଠକରେ ଯୋଗ ଦେବାକୁ ପ୍ରଥମରୁ ହିଁ ଆସିଥିବା ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଇଁ ଏନ୍ଏସିର ସଭାଗୃହରେ ତାଙ୍କ ନାଁ ରେ ଏମ୍ଏଲ୍ଏ ଲେଖାଥିବାରୁ ସେ ଏକ ସିଟ୍ ରେ ବସିଥିଲେ। ପରେ ଏନ୍ଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା ତାଙ୍କୁ ସିଟ୍ ରୁ ଉଠିଯିବାକୁ କହିଥିଲେ। ଏହାକୁ ନେଇ ବିଧାୟକ ଉଠି ପଡ଼ି ଅନ୍ୟଆଡ଼େ ରହିଥିଲୋ କିଛି ସମୟ ପରେ ସମସ୍ତେ ଆସିବା ପରେ ବୈଠକ ଗୃହକୁ ପୁଣି ବିଧାୟକଙ୍କୁ ଡକାଯାଇଥିଲା। ହେଲେ ବିଧାୟକ ଶ୍ରୀ ବାଗ ଦିଆଯାଉଥିବା ସିଟ୍ ରେ ନ ବସି କାଉନସିଲରମାନେ ବସିଥିବା ଧାଡିର ଏକ ସିଟ୍ ରେ ବସିଥିଲେ। ପରେ ଏହାକୁ ନେଇ ବିଧାୟକ ମୋର ସମ୍ମାନ ନକରି ବସାଇଥିବା ସିଟ୍ ରୁ ଉଠିଯିବାକୁ ଅଧ୍ୟକ୍ଷ ଶ୍ରୀ ସାଲୁଜା କହିଛନ୍ତି ବୋଲି କହିଥିଲେ। ଏଣେ ବିଧାୟକ ଅସନ୍ତୋଷ ପ୍ରକାଶ କରି ମୋତେ ସମ୍ମାନ ଦେବାକୁ ବି ଏନ୍ଏସି ପଛେଇ ନାହିଁ ବୋଲି କହିଥିଲେ।
ପରେ ଅବଶ୍ୟ କାଉନସିଲରମାନଙ୍କ ଅନୁରୋଧ କ୍ରମେ ପୁଣି ବିଧାୟକ ତାଙ୍କୁ ଦିଆଯାଇଥିବା ସିଟ୍ ରେ ବସିଥିଲେ। ପରେ ପରେ ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ପୁର୍ବ ବୈଠକ କଥା ଆଲୋଚନା ହୋଇଥିବା ବେଲେ ନିର୍ବାହୀ ଅଧିକାରୀ ବୈଠକ ରେ ଅନୁପସ୍ଥିତ ରହୁଥିବା ନେଇ ଅଧ୍ୟକ୍ଷ ଶ୍ରୀ ସାଲୁଜା ପୁଣି ବିଗିଡି ଯାଇ ନିର୍ବାହୀ ଅଧିକାରୀଙ୍କ ଉପରେ ବର୍ଷି ଥିଲେ । ବିନା ଛୁଟିରେ ସେ ଅନେକ ଦିନ ଅଫିସରେ ରହୁନଥିବା ଭଳି ଅଭିଯୋଗ ଆଣି ତୁ ତୁ ମେ ମେ ହୋଇଥିଲା । ଏହାରି ଭିତରେ ସରକାରୀ କର୍ମଚାରୀଙ୍କୁ ଗାଲିଗୁଲଜ କରିବା ଏବଂ ଭାଷା ପ୍ରୟୋଗ କରୁଥିବାରୁ ଏନ୍ଏସି ଅଧ୍ୟକ୍ଷଙ୍କୁ ପୁଣି ବିଧାୟକ କହିଥିଲେ ଯେ ତମ ହିସାବରେ ଚାଲିବ କି ଏନ୍ଏସି। କାହିଁକି ଏଭଳି କରୁଛ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ବିଧାୟକ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । ନିର୍ବାହୀ ଅଧିକାରୀ ବୈଠକରେ ସବୁ ଶୁଣି ରହୁଥିଲେ। ପରେ ବୈଠକ ଆଗକୁ ବଢିଥିଲା। ସହରର ବିଭିନ୍ନ ସମସ୍ୟା ପରେ ଆଲୋଚନା ହୋଇଥିଲ । ଏଥିରେ ବର୍ଷାକୁ ନେଇ କାହିଁକି ପ୍ରସ୍ତୁତି ବୈଠକ କରିଲେ ନାହିଁ ସେ ନେଇ ପୁଣି ଅଧ୍ୟକ୍ଷ ନିର୍ବାହୀ ଅଧିକାରୀଙ୍କ ଉପରେ ନାରାଜ ହୋଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ସ୍ୱାଧୀନତା ଦିବସରେ ଚଳିତ ବର୍ଷ କାଉନସିଲ୍ କରିଥିବା ନିଷ୍ପତ୍ତିରେ ବିଧାୟକ ନୁହନ୍ତି ବରଂ ଏନ୍ଏସି ଅଧ୍ୟକ୍ଷ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି।
ଏହାକୁ ନେଇ ଆଲୋଚନା ବେଲେ ବିଧାୟକ ଶ୍ରୀ ବାଗ କହିଛନ୍ତି ଯେ, ମୋର କିଛି କହିବାର ନାହିଁ। ମୁଁ କେଉଁ ସ୍କୁଲରେ ବି ପହଞ୍ଚି ପତାକା ଉତ୍ତୋଳନ କରିପାରିବି, ଏନ୍ଏସିରେ ନକଲେ କିଛି ନାହିଁ । ମୋତେ ଜାତୀୟ ପତାକାକୁ ସେହି ଦିନ ସମ୍ନାନ ଦେବାର ଅଛି ବୋଲି କହିଛନ୍ତି।
ଏଣେଏହି ଘଟଣାକୁ ନିନ୍ଦା କରି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି କହିଛନ୍ତି ଯେ, କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ଓଡିଆ ଅସ୍ମିତାକୁ ହତ୍ୟା କରିଛନ୍ତି। ପୁର୍ବରୁ କଣ୍ଟାବାଞ୍ଜିରେ ଏମିତି ହେଉ ନଥିଲା। ଏବେ କାହିଁକି ହେଉଛି ବୋଲି ପ୍ରଶ୍ନ କରି ଅଧ୍ୟକ୍ଷଙ୍କ ଉପରେ ଟାର୍ଗେଟ କରି ସିଧା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପିର ଅଧ୍ୟକ୍ଷ ପୂର୍ବରୁ ଥିଲା ବେଲେ ଆମେ ବିଜେଡି ବିଧାୟକଙ୍କୁ ଡାକି ସମ୍ମାନ ଜଣାଇ ପତାକା ଉତ୍ତୋଳନ ପାଇଁ ସୁଯୋଗ ଦେଉଥିଲୁ। ଏବେ ଏକ ଗରିବ ଘରର ପିଲା ଯେତେବେଳେ ବିଧାୟକ ହୋଇଛନ୍ତି, ତାକୁ ଏମାନେ ସମ୍ମାନ ଦେଇ ସିଟ୍ ଦେଉ ନାହାନ୍ତି ଏବଂ ଅସଭ୍ୟ ଭାଷା ବୈଠକରେ ପ୍ରୟୋଗ କରି ସରକାରୀ କର୍ମଚାରୀଙ୍କୁ ମାରିବାକୁ ଧମକ ଦେଉଛନ୍ତି। ଅନ୍ୟପକ୍ଷରେ ଏସବୁକୁ ମଧ୍ୟ ଆମେ ଉପର ମହଲରେ ଆଲୋଚନା କରିବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।