ବିଧାୟକଙ୍କ ସମୀକ୍ଷା ବୈଠକ :ସଦର ବ୍ଲକରେ ମାଫିଆରାଜ ନେଇ କ୍ଷୋଭ

ବଲାଙ୍ଗୀର: ବଲାଙ୍ଗୀର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ନିର୍ବାଚନମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱାଗତ ଭାଣଷ ଦେଇଥିଲେ। ଶିକ୍ଷା ବିଭାଗର ସମୀକ୍ଷା ଆରମ୍ଭ ହେବା ମାତ୍ରେ ଡିଇଓଙ୍କ ଅନୁପସ୍ଥିତକୁ ନେଇ ବିରୋଧୀ ଦଳ ନେତା କ୍ଷୁବ୍ଧ ହୋଇଥିଲେ। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ। ଯୋଗାଣ ବିଭାଗର ସମୀକ୍ଷା ବେଳେ ଜିଲ୍ଲା ଯୋଗାଣ ଅଧିକାରୀଙ୍କଠାରୁ ଶ୍ରୀ ମିଶ୍ର ଜାଣିବାକୁ ଚାହିଁଥିଲେ ଯେ, ସରକାରଙ୍କ ନିୟମ ଅନୁସାରେ ଯୋଗାଣ ସାମଗ୍ରୀ ଉଠାଣ ପାଇଁ ପ୍ରଥମେ ପଞ୍ଚାୟତ ଓ ଏସ୍‌ଏଚ୍‌ଜି ଗ୍ରୁପମାନଙ୍କୁ ସୁଯୋଗ ଦେବାର ନିୟମ ଥିଲେ ସୁଦ୍ଧା କିଭଳି ଭାବେ ଜଣେ ବ୍ୟକ୍ତିଙ୍କୁ ଏହି ସୁଯୋଗ ଦିଆଯାଇଛି। ବଲାଙ୍ଗୀର ନିର୍ବାଚନମଣ୍ଡଳୀର କେଉଁ କେଉଁ ଅଂଚଳରେ ଏଭଳି ବ୍ୟତିକ୍ରମ ହେଉଛି ତାହା ଜାଣିବାକୁ ସେ ଚାହିଁଥିଲେ।

ଯୋଗାଣ ସାମଗ୍ରୀ ଉଠାଉଥିବା ସମସ୍ତ ରିଟେଲରଙ୍କ ଏକ ତାଲିକା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକ ଅଧାରେ ଡିଇଓ ପହଞ୍ଚିଥିଲେ। ସରକାରୀ ନିୟମ ଅନୁସାରେ ୬ ବର୍ଷ କାଯ୍ୟର୍ କଲା ପରେ ଶିକ୍ଷା ସହାୟକଙ୍କୁ ନିୟମିତ କରିବାର ନିୟମ ଥିଲେ ମଧ୍ୟ ସେମାନଙ୍କୁ କାହିଁକି ନିୟମିତ କରାଯାଉ ନାହିଁ ବୋଲି ଡିଇଓଙ୍କୁ ଶ୍ରୀ ମିଶ୍ର ପ୍ରଶ୍ନ ପଚାରିବା ସହିତ ନିର୍ଦ୍ଦିଷ୍ଟ କେତେ ସମୟ ଭିତରେ ସେମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନେବେ ବୋଲି ପଚାରି ଥିଲେ। ଚଳିତ ମାସ ୨୫ ତାରିଖ ସୁଦ୍ଧା ନିୟମିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଇଓ ନିର୍ଭର ପ୍ରତିଶୃତି ଦେଇଥିଲେ।
ବଲାଙ୍ଗୀର ସହରରେ ପ୍ରାୟ ୫ରୁ ୬ ଓ୍ଵାର୍ଡକୁ ନିୟମିତ ଭାବେ ପାନୀୟ ଜଳ ଯୋଗାଣ ହେଉନାହିଁ।

ଏହାର ସତ୍ୟତା କେତେ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିଥିଲେ। ଏହି ପ୍ରସଙ୍ଗରେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହାକୁ ନେଇ ବିରୋଧୀ ଦଳ ନେତା ଜାଣିଶୁଣି ଅଧିକାରୀମାନେ ମତେ ଅନ୍ଧାରରେ ରଖୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ନିୟମିତ ଜଳଯୋଗାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବରପାଲିପଡାରେ କାହିଁକି ପାଇପ ଲାଇନ ଏ ପଯ୍ୟର୍ନ୍ତ ବିଛା ଯାଇ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିବା ସହ ତୁରନ୍ତ ପାଇପ ଲାଇନ ବିଛାଇବାକୁ କହିଥିଲେ। ସଦର ବ୍ଲକ ମାଫିଆଙ୍କ କବଳରେ ରହିଛି ବୋଲି ଶ୍ରୀ ମିଶ୍ର ଗୁରୁତର ଅଭିଯୋଗ କରିଥିଲେ। ସରକାରୀ ଅଧିକାରୀମାନେ ମାଫିଆଙ୍କ ଦ୍ୱାରା ସିଧାସଳଖ ପରିଚାଳିତ ହେଉଛନ୍ତି ବୋଲି ସେ କହିଥିଲେ।

ସରକାରୀ ନିୟମକୁ ଉଲ୍ଲଂଘନ କରି ଶିକାଛିଡା ପଞ୍ଚାୟତର ସମିତି ସଭ୍ୟଙ୍କ ନାରେ ଠିକା କାମ ପାଇଁ କିଭଳି କାଯ୍ୟର୍ାଦେଶ ଦିଆଯାଇଛି ବୋଲି ଶ୍ରୀ ମିଶ୍ର ବିଡିଓଙ୍କୁ ପ୍ରଶ୍ନ କରିଥିଲେ। ସାଂସଦଙ୍କ ସୁପାରିଶରେ ଏହି କାମ ତାଙ୍କୁ ପ୍ରଦାନ କରାଯାଇଥିବା ବିଡିଓ ସୂଚନା ଦେଇଥିଲେ। ଏହା ବିରୋଧରେ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କୁ କହିଥିଲେ। ସରକାରୀ ଜମିରେ ମଧ୍ୟ କିଭଳି ଭାବେ ଇନ୍ଦିରା ଆବାସ ଗୃହ ତିଆରି ଚାଲିଛି ବୋଲି ଶ୍ରୀ ମିଶ୍ର ପଚାରିବା ସହିତ ବିଗତ ୨ ବର୍ଷ ମଧ୍ୟରେ ବଣ୍ଟନ କରାଯାଇଥିବା କାଯ୍ୟର୍ାଦେଶର ହିତାଧିକାରୀ ତାଲିକା ଦେବାକୁ କହିଥିଲେ। ବର୍ଷା ପୂର୍ବରୁ ଲକ୍ଷ୍ମୀଜୋର ଗାର୍ଡଓ୍ଵାଲ କାମ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ମିଶ୍ର କହିଥିଲେ। ଚାଷୀମାନଙ୍କୁ ତୁରନ୍ତ ଶସ୍ୟବୀମା ରାଶି ପ୍ରଦାନ କରିବା ପାଇଁ ମଧ୍ୟ କହିଥିଲେ। ସମୀକ୍ଷ ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନୀଷ ମିଶ୍ର ଓ ବ୍ଲକ ପ୍ରତିନିଧି କାନ୍ତେଶ୍ୱର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର