ବଲାଙ୍ଗୀର: ବଲାଙ୍ଗୀର ସହର ରୁଗିଡିପଡା ମୁନସିପାଲିଟି କଲୋନୀରେ ଏକ ଅଭାବନୀୟ ଘଟଣ ଘଟିଛି। ଘରର ଛାତ ପଡି ମା ଓ ଝିଅ ଗୁରୁତର ହୋଇଛନ୍ତି। ମୁନସିପାଲିଟି କଲୋନୀର ପୁରୁଣା କୋଠାରେ ପୌରସଂସ୍ଥାର ଅବରସରପ୍ରାପ୍ତ କର୍ମଚାରୀ ଗାୟତ୍ରୀ କୁମ୍ଭାର ରୁହନ୍ତି।
ସୂଚନା ଅନୁଯାୟୀ, ରାତିରେ ଗାୟତ୍ରୀ କୁମ୍ଭାର ଓ ତାଙ୍କ ଝିଅ ଆରତୀ ତାଙ୍କ ଘରକୁ ଆସିଥିଲେ। ମା ଓ ଝିଅ ବସି କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ଘରର ଛାତ ଭାଙ୍ଗି ମୁଣ୍ଡ ଉପରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ୭୫ ବର୍ଷିୀୟା ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ରେଫର କରିଛନ୍ତି ଡାକ୍ତର। ସେପଟେ ୪୨ ବର୍ଷୀୟା ଆରତୀଙ୍କର ବଲାଙ୍ଗୀର ହସପିଟାଲରେ ଚିକିତ୍ସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-4.png)