‌ଫେସ୍‌ମାସ୍କ ତିଆରି କରି ଟ୍ବଟ୍‌ କଲେ ପାଟଣାଗଡ଼ ରାଣୀ ତଥା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ

ବଲାଙ୍ଗୀର: ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଯୋଗାଣ ଦେଉଥିବା ବେଳେ ପାଟଣାଗଡ଼ର ରାଣୀ ତଥା ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କର ଏକ ଟ୍ବିଟର୍‌ ପୋଷ୍ଟ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି।

ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଟ୍ବିଟର୍‌ କରି ଲେଖିଛନ୍ତି, ‘ମୋ ଦେଶ ପାଇଁ ଅଳ୍ପ କିଛି କରୁଛି। ନିଜ ପାଇଁ ଓ ଆବଶ୍ୟକ ଥିବା ଅନ୍ୟ ଲୋକଙ୍କ କାମରେ ଲାଗିବାକୁ ଥିବା ମାସ୍କ ତିଆରି କରୁଛି। ସମସ୍ତଙ୍କୁ ମୋର ଅନୁରୋଧ ସାଂପ୍ରତିକ ପରିସ୍ଥିତିକୁ ଦେଖି ଯେତିକି ପାରୁଛନ୍ତି ଦେଶ ପାଇଁ କିଛି ନା କିଛି କରନ୍ତୁ । ଆମ ସମସ୍ତଙ୍କ ପ୍ରଚେଷ୍ଟାର ମିଳିତ ପ୍ରଭାବ ଦେଶ ଉପରେ ବଡ଼ ଆକାରରେ ପଡ଼ିବ।’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଏବଂ ଝିଅ ନୈମିଶା

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ତାଙ୍କ ପତ୍ନୀ ଓ ଝିଅ ମାସ୍କ ସିଲେଇରେ ବ୍ୟସ୍ତ ରହିବା କଥା ଟୁଇଟ୍ କରିଥିଲେ ମନ୍ତ୍ରୀ ଶ୍ରୀ ପ୍ରଧାନ ।‘ଏ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପ୍ରତ୍ୟେକ ଦେଶବାସୀ ସମାଜ ପାଇଁ କିଛି କରିବା ଜରୁରୀ ହୋଇପଡି଼ଛି। ଏ ପରିପ୍ରେକ୍ଷୀରେ ମୋ ପତ୍ନୀ ମୃଦୁଳା ଏବଂ ଝିଅ ନୈମିଶା ଯାହା କରୁଛନ୍ତି, ତାହା ମୋତେ ଗର୍ବିତ କରିଛି’ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତିା ଏପରିକି ନିଜ ପତ୍ନୀ ଓ ଝିଅ ସିଲେଇ ମେସିନ୍ ଧରି ମାସ୍କ ତିଆରି କରୁଥିବାର ଫଟୋକୁ ମଧ୍ୟ ଶ୍ରୀ ପ୍ରଧାନ ପୋଷ୍ଟ୍ କରିବା ସହ ନିଜେ ଜାଣିଥିବା ଜ୍ଞାନକୌଶଳକୁ ଅଧିକ ଶାଣିତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର