ବଲାଙ୍ଗୀର: ବଲାଙ୍ଗୀରର ଫରେଷ୍ଟ କେନ୍ଦୁଲିଫ୍ ବିଲଡିଂ ପରିସରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବଲାଙ୍ଗୀର ହାତିଶାଳପଡା ଫରେଷ୍ଟ କଲୋନିରେ ଉକ୍ତ ଯୁବକଙ୍କର ହତ୍ୟା ହୋଇଛି। ମୃତ ଯୁବକଙ୍କ ନାଁ ଅଭିମନ୍ୟୁ ହାତୀ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଣେ ଛୋଟ ପିଲା ମୃତ ଅଭିମନ୍ୟୁ ହାତୀଙ୍କୁ ଘରୁ ଡାକି ଆଣିଥିଲା। ତାପରେ କେହି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଉଛି। ଏହି ଘଟଣା ପଛରେ ନିଶା କାରବାର ବୋଲି ସନ୍ଦେହ କରାଯାଉଛି। ଖବର ପାଇ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରୁ ଅଭିମନ୍ୟୁ ହାତୀଙ୍କ ମୃତଦେହକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ କାହାରିକୁ ଅଟକ ବା ଗିରଫ କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/2019-03-14.jpg)