ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା, ଆଉ ଜଣେ ଗୁରୁତର

ବଲାଙ୍ଗୀର: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଫିଲ୍ମ ଷ୍ଟାଇଲରେ ହତ୍ୟା। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସହର ଭିତରେ ହଇଚଇ। ଗତକାଲି ବିଲମ୍ୱିତ ରାତିରେ ଲୋଇସିଂହା ବ୍ଲକ ଛକଠାରେ ଘଟି ଯାଇଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ। ଲୋଇସିଂହାର ରୂପକ ହନୁମାନ ଏବଂ ସରୋଜ ବିଶିଙ୍କୁ ପ୍ରାୟ ୫ ଜଣ ଯୁବକ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଦୁଇ ଯୁବକ ଦଉଡ଼ି ଦଉଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ହତ୍ୟାକାରୀ।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ହସପିଟାଲରେ ରୂପକ ହନୁମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ସରୋଜ ବିଶିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭି.ଏସ.ଏସ୍ ବୁର୍ଲାକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ପୁଲିସ ଅଧିକ ଖୋଲତାଡ଼ ଜାରି ରଖିଛି।

ସମ୍ବନ୍ଧିତ ଖବର