ବଲାଙ୍ଗୀର: ବାଲିଗଦାରୁ ନବଜାତ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବଲାଙ୍ଗୀର ମାଲପଡ଼ାର ଏକ ବାଲି ଗଦାରେ ପଡ଼ିଛି ନବଜନ୍ମିତ ଶିଶୁର କ୍ଷତବିକ୍ଷତ ମୃତଦେହ। ମୃତ ଶିଶୁକୁ କୁକୁର ଆଣି ସେଠାରେ ପକାଇଥିବା ଅନୁମାନ କରାଯାଉଛି । ଗତ ମେ ମାସ ୧୫ ତାରିଖରେ ମଧ୍ୟ ସେହି ସମାନ ଜାଗାରେ ଏକ ଶିଶୁର ମୃତଦେହ ପଡ଼ିଥିଲା ।

ଆଜି ପୁଣି ଏକ ଶିଶୁର ମୃତଦେହ ସେହି ସ୍ଥାନରେ ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । କିଏ କଣ ପାଇଁ ଏପରି କରୁଛି ତାର ସଠିକ ତଦନ୍ତ ହେଉନଥିବାରୁ ବାରମ୍ୱାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର