ବଲାଙ୍ଗୀର: ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଟ ନୂଆ ରୂପ ପାଇବ। ଏଥିପାଇଁ ଓଏସ୍ଆରଟିସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ସମ୍ମୁଖ ଭାଗରେ ଥିବା ଜରାଜୀର୍ଣ୍ଣ ପୁରୁଣା କୋଠା ଭାଙ୍ଗି ଦିଆଯାଇଛି। ଏଥି ସହିତ ବଲାଙ୍ଗୀର ସହରର ପୁରୁଣା ସ୍ମୃତି ମାଟିରେ ମିଶି ଯାଇଛି। ସତୁରୀ ଦଶକରେ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ଅନେକ ଗୁରୁତ୍ବ ବହନ କରୁଥିଲା। ସେତେବେଳେ ସରକାରୀ ବସ ଅଧିକ ଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନକୁ ମଧ୍ୟ ବସ ଯାତାୟତ କରୁଥିଲା। ଫଳରେ ସବୁ ବେଳେ ଏଠାରେ ଲୋକଙ୍କ ଭିଡ଼ ରହୁଥିଲା। ଏହା ବାଦ ଏହି ସ୍ଥାନର ଏକ ଭିନ୍ନ ପରିଚୟ ରହିଛି। ଏହି ସ୍ଥାନ ଅନେକ ନେତାଙ୍କ ଭାଗ୍ୟ ଗଢ଼ିଛି। ପଥଭ୍ରଷ୍ଟଙ୍କୁ ଏଠାରେ ସମାଲୋଚନାର ଶିକାର ହୋଇ ମାର୍ଗ ଦର୍ଶନ ମିଳିଛି। ସକାଳ ସନ୍ଧ୍ୟାରେ ବଲାଙ୍ଗୀରର ତତ୍କାଳୀନ ବୁଦ୍ଧିଜୀବୀଙ୍କ ଏଠାରେ ଆଡ୍ଡା ଜମୁଥିଲା। ସକାଳ ଚା’ ପିଇବା ବାହାନାରେ ବୌଦ୍ଧିକ ମତ ବିନିମୟ ହେଉଥିଲା। ସକାଳେ ଏଠାକୁ ଚା’ ପିଇବା ପାଇଁ ଆସିବା ମାନେ ସାରା ଜିଲ୍ଲା ତଥା ବାହାରର ରାଜନୈତିକ ବାତାବରଣ ବିଷୟରେ ଅବଗତ ହେବା। ତେବେ ଆଜି ଆଉ ସେ ଗୌରବ ନାହିଁ।
ଏକଦା ବସଷ୍ଟାଣ୍ଡର ମୁଖ୍ୟ କାର୍ଯ୍ୟାଳୟ କୁହାଯାଉଥିବା କୋଠା ବହୁ ବର୍ଷ ହେଲା ପରିତ୍ୟକ୍ତ କୋଠା ଘୋଷିତ ହୋଇ ପଡ଼ି ରହିଥିଲା। ତାହାକୁ ଭାଙ୍ଗି ଦିଆଯାଇଛି। ଏଠାରେ ନୂତନ ଦୋକାନ ଗୃହ ନିର୍ମାଣ କରିବା ପାଇଁ ଓଏସଆରଟିସି ଯୋଜନା କରିଛି। ମୁଖ୍ୟ କାର୍ଯ୍ୟାଳୟ ଭାବରେ ୧୯୭୮ ପର୍ଯ୍ୟନ୍ତ ଡିଟିଏମଙ୍କ କାର୍ଯ୍ୟାଳୟ ମଧ୍ୟ ଏଠାରେ ଚାଲୁଥିଲା। ଏଥି ସହିତ କଣ୍ଡକ୍ଟର ଓ ଚାଳକଙ୍କ ରେଷ୍ଟ ରୁମ, ଟିକେଟ କାଉଣ୍ଟର, କର୍ମଚାରୀଙ୍କ ସଂଘ କାର୍ଯ୍ୟାଳୟ ଆଦି ଥିଲା। ପରେ ଏହାକୁ ଅସୁରକ୍ଷିତ କୋଠା ଘୋଷଣା କରାଗଲା। ନୂତନ କୋଠା ନିର୍ମାଣ ପରେ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେଲା। ସରକାରୀ ଭାବରେ ପରିତ୍ୟକ୍ତ ଘୋଷିତ କୋଠାରେ କିଛି ଦିନ କଣ୍ଟକ୍ଟର ସଂଘର କାର୍ଯ୍ୟାଳୟ ଚାଲୁଥିଲା। ପରେ ଏଠାରେ କେବଳ କିଛି ଦୋକାନ ରହି ଯାଇଥିଲା। ଦୁଇଟି ହେଟେଲ ସହ ପାନ, ଚା ଦୋକାନ, ମୋବାଇଲ ରିଚାର୍ଜ ଦୋକାନ ଆଦି ରହିଥିଲା। କୋଠାର ଅବସ୍ଥା ଅତି ଜରାଜୀର୍ଣ୍ଣ ହେବାରୁ ବିଭାଗ ଏହାକୁ ଭାଙ୍ଗି ନୂତନ ଦୋକାନ ଗୃହ ନିର୍ମାଣ କରିବାର ନିଷ୍ପତ୍ତି ନେଇଛି। ତେବେ ଏହା ଦ୍ବାରା କିଛି ପରିବାରର ଜୀବିକା ପ୍ରଭାବିତ ହୋଇଛି। ଦୋକାନ ଗୃହ ନିର୍ମାଣ ପରେ ଜୀବିକା ହରାଇଥିବା ଦୋକାନୀଙ୍କୁ ଦୋକାନ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ସାଧାରଣରେ ଦାବି ହେଉଛି।
ନୂଆ ରୂପ ପାଇବ ସରକାରୀ ବସ୍ଷ୍ଟାଣ୍ଡ
/sambad/media/post_attachments/wp-content/uploads/2019/05/blgr29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)