କଣ୍ଟାବାଞ୍ଜି: ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ ରେଳଧାରଣା ଉପରେ ପଡ଼ିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ମୃତକ ୨ ଜଣ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଜଲପାଙ୍କେଲ ଗାଁର ମକାରୁ ରଣା ଓ ହୀରା ରଣା ବୋଲି ଜଣାପଡ଼ିଛି। ତୁରକେଲା ରେଳ ଷ୍ଟେସନର ୧୫୪/୨୪ନଂ ରେଳ ଖୁଣ୍ଟି ନିକଟରେ ଦୁଇ ଜଣଙ୍କ ମୃତଦେହ ରେଳ ଲାଇନ ଟ୍ରାକ ଭିତରେ ପଡ଼ିଥିବା ବେଳେ ଉଭୟଙ୍କ ଦେହରେ କ୍ଷତ ଚିହ୍ନ ରହିଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି କଣ୍ଟାବାଞ୍ଜି ଜିଆରପି ପୁଲିସ। ଦୁଇ ବୃଦ୍ଧ ଓ ବୃଦ୍ଧା ଆତ୍ମହତ୍ୟା କରିଛନ୍ତି ନା, ଉଭୟଙ୍କୁ ହତ୍ୟା କରାଯାଇଛି। ଏହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ। ସେପଟେ ଜିଆରପି ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ାମ.jpeg)