କଣ୍ଟାବାଞ୍ଜି  (ପୁଷ୍ପକେତୁ ବେହେରା) : ନିଜ ବନ୍ଧୁଙ୍କ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ  ଚିକିତ୍ସିତ ହେଉଥିବା ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଘଟଣାଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ହିଆଲ ଗାଁରେ ଘଟିଛି ।

Advertisment

ମିଳିଥିବା ସୁଚନା ଅନୁସାରେ ହିଆଁଲ ଗାଁ ସିପକାପଡାର କ୍ଷେତ୍ରି ସଗରିଆ (୬୫) ଏବଂ ସେହି ଗାଁର ବନଗୁଲା ଗୈତା (୫୦) ବନ୍ଧୁ ଭଲି ମିଳାମିଶା କରନ୍ତି । ତେବେ ସୋମବାର ରାତି କ୍ଷେତ୍ରି ବନଗୁଲା ସହ କୁଆଡେ ବାହାରିଥିଲେ । ରାତିରେ  କ୍ଷେତ୍ରି ଘରକୁ ଆସିନଥିଲେ । ତେବେ ସକାଳ ସମୟରେ କ୍ଷେତ୍ରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁରେ ଥିବା ଏକ ମିଲ ପାଖରେ ପଡିଥିବା ପରିବାର ଲୋକ ଖବର ପାଇଥିଲେ । କ୍ଷେତ୍ରିକୁ ଗୁରୁତର ଅବସ୍ଥାରେ କଂଟାବାଞ୍ଜି ମେଡିକାଲରେ ଚିକିତ୍ସା କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କଣ୍ଟାବାଞ୍ଜି ଏସଆଇ ପ୍ରଦୀପ କୁମାର ଗୁରିଆ , ଏସଆଇ ଗଙ୍ଗାଧର ମଲ୍ଲିକ ପୋଲିସ ଘଟଣା ଖବର ପାଇ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ତେବେ ବନଗୁଲା ଲୁହା ରଡରେ ମରଣାତ୍ମକ ଆକ୍ରମଣ କରିଥିବା ପରିବାର ଲୋକ ଜାଣିବାକୁ ପାଇଛନ୍ତି । ତେବେ ଏହି ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଜଣା ପଡିନାହିଁ । ଆକ୍ରମଣକାରୀ ବନଗୁଲାକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସତ୍ୟଜିତ କାନଡେଲକେଲ ସୂଚନା ଦେଇଛନ୍ତି ।