ବଲାଙ୍ଗୀର: ନିସ୍ତୁକ ମାଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ

ପାଟଣାଗଡ଼/ବଲାଙ୍ଗୀର: ନିସ୍ତୁକ ମାଡ଼ରେ ବୁଧବାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମ୍ବେରପଦର ଗାଁର ଜଣେ ଦାଦନ ଶ୍ରମିକଙ୍କୁ ମାଡ଼ ହୋଇଛି। ମାଡ଼ ପରେ ଦାଦନ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ପରିବାର ଲୋକେ କହିଛନ୍ତି, ଦାଦନ ଖଟିବା ପାଇଁ ସେମାନେ ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇଥିଲେ। କାମ କରିବାରେ ତାଙ୍କୁ ୨ ଜଣ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର