ସାଲେଭଟା: ଦିନ ଦିପ୍ରହରରେ ଜାତୀୟ ରାଜରାସ୍ତା ଉପରେ ଠେଙ୍ଗାରେ ପିଟି ଟଙ୍କା ଓ ମୋବାଇଲ ଲୁଟ୍ ହୋଇଛି। ଲୁଟେରା ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବର ଅନୁସାରେ, ଲୋଇସିଂହା ଥାନା ଗୁରଜିଭଟା ଗ୍ରାମର ସଦାନନ୍ଦ ବିଶ୍ୱାଲ ଲୋଇସିଂହା ସ୍ଥିତ ସାଉଁରିଆ କିରାନା ଷ୍ଟୋରରେ ଟଙ୍କା କଲେକସନ୍ ବଏ ଆକାରରେ କାମ କରନ୍ତି। ମଙ୍ଗଳବାର ଟଙ୍କା ସଂଗ୍ରହ ପାଇଁ ସେ ଏକ ବାଇକ୍ରେ ଗୁରଜିଭଟା ଗ୍ରାମରୁ ସାଲେଭଟାକୁ ଆସୁଥିଲେ। ୨୬ ନମ୍ବର ଜାତୀୟ ରାଜପଥ ଝାରବନ୍ଧଲି ଢାବା ବନ୍ଧ ନିକଟରେ ୪ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଅତର୍କିତ ଭାବରେ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ତାଙ୍କଠାରୁ ୧୦ହଜାର ଟଙ୍କା ଓ ଏକ ମୋବାଇଲ ଛଡାଇ ନେଇ ସେମାନେ ଏକ ନମ୍ବର ବିହୀନ ପଲସରରେ ଫେରାର୍ ହୋଇଯାଇଥିଲେ। ସଦାନନ୍ଦଙ୍କୁ ଉଦ୍ଧାର କରି ସାଲେଭଟା ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ବାମ ହାତ ଭାଙ୍ଗି ଯାଇଛି। ଖବର ପାଇ ସାଲେଭଟା ଓ ଲୋଇସିଂହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବାହ୍ନ ସାଢ଼େ ୯ଟାରେ ହୋଇଥିବା ଏହି ଲୁଟ୍କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଲୁଟେରାଙ୍କ ଆକ୍ରମଣରେ ଜଣେ ଗୁରୁତର:ଲୁଟିନେଲେ ଟଙ୍କା ଓ ମୋବାଇଲ
/sambad/media/post_attachments/wp-content/uploads/2018/07/robbery-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)