ବିଜେଡିକୁ ରାଜନୈତିକ ବାସନ୍ଦ ପାଇଁ ନିଷ୍ପତ୍ତି

ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ:କୋଶଳ ରାଜ୍ୟ ଦାବିରେ ବନ୍ଦ ବେଳେ ଦୁର୍ବ୍ୟବହାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବଢେଇ ମିସ୍ତ୍ରୀ ସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଟଣାଗଡର ଜଣେ ବିଜେଡି କର୍ମୀ ଗତ ୨୪ ତାରିଖ କୋଶଳ ମହାବନ୍ଦ ଦିନ ଆଦିବାସୀମାନଙ୍କୁ ଦୁର୍ବ୍ୟବହାର କରି ଧମକ ଚମକ ଦେଇଥିବାରୁ ତାଙ୍କୁ ରାଜନୈତିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ବିଜେଡିର ନେତାମାନଙ୍କୁ ତୀବ୍ର ବିରୋଧ କରିବାକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସଚେତନ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଥିଲା।

ବୈଠକରେ ଜିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇ, ପାଟଣାଗଡ଼ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ଖପ୍ରାଖୋଲ ସଭାପତି ବିପ୍ର ବିଶି, ବେଲପଡା ସଭାପତି ବସନ୍ତ ମାଝୀ, ସଂପାଦକ ସାରଥି ବାଗ, ରାଜକିଶୋର ଛତ୍ରିଆ, ଟିକେଶ୍ୱର ଧରୁଆ, ଗିରିଧାରୀ ଭୋଇ, ମିନକେତନ ଧରୁଆ, ଉପସଭାପତି ଗଦି ବରିହା, ଗୁପ୍ତେଶ୍ୱର କୁଅଁର, କୁନୁ ମୁଣ୍ଡା, ଗନ୍ଧର୍ବ ବରିହା, ଗୌରାଙ୍ଗ ବରିହା, ନୀଳାମ୍ବର ମାଝୀ, କେଶବ ବରିହା ପ୍ରମୁଖ ଉପସ୍ଥିତ ଥିଲେ।
ଟିଟିଲାଗଡ଼: ସ୍ଥାନୀୟ ଘଣ୍ଟାଶୁଣୀ ମନ୍ଦିର ପରିସରରେ ରବିବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ବିଶିକେସନ ଜାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋଶଳ ରାଜ୍ୟ ଦାବିରେ ଗତ ୨୪ ତାରିଖର ହୋଇଥିବା ବନ୍ଦ ପାଳନ ବେଳେ ପାଟଣାଗଡ଼ର ଜଣେ ବିଜେଡି ନେତା ନିଜ ପେଟ୍ରୋଲ୍‌ ପମ୍ପ୍‌ ଖୋଲିଥିଲେ।

ସମନ୍ଵୟ ସମିତି ଓ ଆଦିବାସୀ ସଂଘର କର୍ମକର୍ତ୍ତା ପମ୍ପ୍‌କୁ ବନ୍ଦ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ସଂପୃକ୍ତ ନେତା ଜଣକ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏହାକୁ ସଂଘ ପକ୍ଷରୁ ସଭାରେ ତୀବ୍ର ନିନ୍ଦା କରାଯାଇ ତୁରନ୍ତ ଦଳରୁ ତାଙ୍କୁ ବିଜେଡି ବହିଷ୍କାର କରୁ ବୋଲି ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଦଳକୁ ସଂଘ ବିରୋଧ କରିବା ସହ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସଭାରେ ସଂଘର ଥବିର ପୁଜାରୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ଚୈତନ୍ୟ ମାଝୀ, ପାର୍ଥ ଭୋଇ, ରାଜୀବ କୁଅଁର, ସୁରେଶ ଭୋଇ, ଡିଙ୍ଗର ଭୋଇ, ସନ୍ତୋଷ ପୁଟା, ଟଙ୍କଧର ଧରୁଆ, ପରମ ମାଝି, ଜଗନ୍ନାଥ ମାଝୀ, ଉମାକାନ୍ତ ମାଝୀ, ଦେବସିଂ ମାଝୀ, ନିତ୍ୟା ମାଝୀ, ଦିଲୀପ ମାଝୀ, ପୃଥ୍ଵୀରାଜ ମାଝୀ, ରୋହିତ ମାଝୀ, ଡମେନ ମାଝୀ, ଚଞ୍ଚଳା ମାଝୀ, ପତରଙ୍ଗି ମାଝୀ, ପ୍ରଦୀପ ମାଝୀ, ସୁର୍ଯ୍ୟମଣି ଭୋଇ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର