ବଙ୍ଗୋମୁଣ୍ଡା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଏଁ ୮ ଜଣିଆ ନୋମିନି ଚେକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳକ ରୁଦ୍ରନାରାୟଣ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ନୋମିନିମାନଙ୍କୁ ଚେକ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦଙ୍କ ସମେତ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ।
ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ମୃତକମାନେ ଖାତା ଖୋଲିଥିଲେ। ସେମାନେ ସେମାନଙ୍କ ଖାତାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରି ବାର୍ଷିକ ୪୩୬ ଟଙ୍କାର ବୀମା କରିଥିଲେ। କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ହେବାର ମାତ୍ର ୩୦ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ତଦନ୍ତ କରି ମନୋନୀତ ହୋଇଥିବା ୮ ଜଣ ନୋମିନି ମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯାଇଛି। ଏଥିରେ କ୍ୟାସ ଅଫିସର ଖିତିଶ କୁମାର ନାୟକ ,ସହଯୋଗୀ ହରିହର ମେହେର, ଆନନ୍ଦ ମିଶ୍ର, ଭୁବନେଶ୍ୱର ବସ୍ତିଆ, ପ୍ରମୋଦ ନାଏକଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଗ୍ରାହକମାନେ ବି ସାମିଲ ହୋଇଥିଲେ। ସମସ୍ତ ଗ୍ରାହକମାନଙ୍କୁ ବୀମା କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ।