ବଲାଙ୍ଗୀର : କୃଷି ଋଣ କରାଇଦେବା ପାଇଁ ଲାଞ୍ଚ ନେଇ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପ୍ରାଥମିକ ସେବା ସମବାୟ ସମିତି(ପେକ୍ସ) ସଂପାଦକ ବଂଶୀଧର ପ୍ରଧାନ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପ୍ରଧାନ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବୁଢୀବାହାଲ ଗାଁର ଚାଷୀ ରାଜେଶ ସାହୁଙ୍କୁ କୃଷି ଋଣ ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ସାହୁ ଅସମର୍ଥତା ପ୍ରକାଶ କରିବା ସହିତ ଏ ସମ୍ପର୍କରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
କୃଷି ଋଣ ପାଇଁ ଲାଞ୍ଚ: ଧରାପଡ଼ିଲେ ପେକ୍ସ ସଂପାଦକ
/sambad/media/post_attachments/wp-content/uploads/2018/10/SBPHO3-BLG-Vigilance-PACS-Secy.jpg)