କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ତୁରେକେଲା ଗ୍ରାମ ପଂଚାୟତ ଅଫିସର ଗୋବିନ୍ଦ ଭୋଇ। ଆଜି ସକାଳୁ ସକାଳୁ ସମ୍ବଲପୁର-ବରଗଡ଼-ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଦଳ କଣ୍ଟାବାଞ୍ଜିସ୍ଥିତ ପଟେଲ କଲୋନୀର ଗୋବିନ୍ଦ ଭୋଇଙ୍କ ବାସଭବନରେ ଚଢ଼ାଉ କରିିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି।
ଭିଜିଲାନ୍ସ ଦଳରେ ୨୦ ଜଣିଆ ସଦସ୍ୟ ଥିବାବେଳେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି। ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ଗାଁରେ ଥିବା ତାଙ୍କ ପୈତୃକ ବାସଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ପୁଅର ଏକ ଫୋଟୋ ଷ୍ଟୁଡିଓରେ ଚଢ଼ାଉ କରାଯାଉଥିବା ଜଣାଯାଇଛି। ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଦଳ ଚଢ଼ାଉ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/19bb514d-900f-4f39-a781-d138e4533733.jpg)