କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧ ଧୋବାପଡା ମୋହନ ଟାଙ୍ଗଙ୍କ ଘର ଏବଂ ଭଡ଼ା ଘରେ ବଲାଙ୍ଗୀର ବନ ବିଭାଗର ସ୍ୱତନ୍ତ୍ର ଦଳ ଚଢ଼ଉ କରିଛି। ଚଢ଼ଉ ସମୟରେ ବିପୁଳ ପରିମାଣର କାଠ ଓ ତିଆରି ହେଉଥିବା ଆସବାବପତ୍ର ଜବତ ହୋଇଛି। ମୋହନ ଟାଙ୍ଗଙ୍କୁ ବନ ବିଭାଗ ଅଟକ ରଖିଛି। ଆଉ ଏକାଧିକ ସ୍ଥାନରେ ଚଢ଼ଉ ହେବାର ଅଛି ଓ ଏବେ ଚଢ଼ଉ ଜାରି ରହିଥିବା ଏସିଏଫ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି।
ଘଟଣାସ୍ଥଳରେ କାଣ୍ଟାବାଞ୍ଜି ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ଅଛନ୍ତି। ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେଵ ବୋଲି ଅନୁମାନ କରାଯାଉଛି। ମୋହନ ଟାଙ୍ଗ ଭାରତୀୟ ଶୁଆକୁ ବିକ୍ରି କରିବା, ଇଂଣ୍ଡିଆନ୍ ପାରା କିଡ୍ସ ଟ୍ରେଡିଂ ଓ ପାରା ଜାତୀୟ ଯେତେ ପ୍ରଜାତି ଅଛନ୍ତି ତାର ଟ୍ରେଡିଂ କରୁଥିବା ଜାଣି ପାରିଛି ବନବିଭାଗ।