କଂଟାବାଞ୍ଜି: ବାଣିଜ୍ୟ କର ବିଭାଗ ପକ୍ଷରୁ ସହରର ବିଭିନ୍ନ ଗୋଦାମ ଗୃହ ଉପରେ ଚଢ଼ାଉ

କଂଟାବାଞ୍ଜି : ବଲାଙ୍ଗିର ଜିଲ୍ଳାର ବାଣିଜ୍ୟ କର ବିଭାଗ ପକ୍ଷରୁ କଂଟାବାଞ୍ଜି ସହରରେ ଥିବା ବିଭିନ୍ନ ଗୋଦାମ ଗୃହ ଉପରେ ଚଢ଼ାଉ ହୋଇଯାଇଛି। କଷ୍ଟମ ଏଣ୍ଡ ଗୁଡ୍ସ ପରିବହନ ବିଭାଗର ଏକ ସ୍ୱତନ୍ତ୍ର ଦଳ କଂଟାବାଞ୍ଜିର ରୁବି ଟ୍ରାଷ୍ଟପୋର୍ଟ, ବଜରଂଗବାଲି ଟ୍ରାଷ୍ଟପୋର୍ଟ, ଗ୍ରେଟ ଇଣ୍ଡିଆ ଟ୍ରାଷ୍ଟପୋର୍ଟ ଗୋଦାମ ଉପରେ ଏହି ଚଢ଼‌ାଉ କରିଥିବା ସୂଚନା ରହିଛି ।

ଅଧିକାରି ମାନେ ପରିବହନ ଗାଡିରେ ଥିବା କାଗଜ ପତ୍ର ଯାଞ୍ଚ୍‌ କରିବା ସହ ୱେ ବିଲ୍‌, ଇନ ଭଏସ ଆଦି ଯାଞ୍ଚ୍‌ କରିଥିଲେ। ତେବେ ଚଢ଼ାଉ ସମୟରେ ଉପସ୍ଥିତ ଥିବା ବାଣିଜ୍ୟ କର ଡେପୁଟି କମିସନର୍ ଫକିର ମୋହନ ସତପଥିଙ୍କୁ ଏନେଇ ପଚରାଯିବାରୁ ସେ କହିଛନ୍ତି କି ସହରରେ ଥିବା ବିଭିନ୍ନ ପରିବହନକାରୀ ଗୋଦାମ ଉପରେ ଚଢ଼ାଉ ହୋଇଛି। ସେମାନେ କାଗଜ ପତ୍ର ଠିକ ରଖିଛନ୍ତି ନା ନାହିଁ ତାହା ଦେଖାଯାଇଛି। ଏଭଲି ଚଢ଼ାଉ ନିୟମିତ କରାଯାଏ ବୋଲି ଡେପୁଟି କମିସନର୍ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର