ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

କଂଟାବାଞ୍ଜି : ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ବିଷୟରେ ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଥାନାରେ ରବିବାର ଅଭିଯୋଗ ହୋଇଛି । ଏନେଇ ପୁଲିସ କେସ ନମ୍ବର ୨୯୬/୨୦ରେ ମାମଲା ରୁଜୁ କରି ଶୁକମୁନି ଚିନାଗୁନ (୧୯ବର୍ଷ) ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୧ ତାରିଖ ରାତି ୧୦ଟା ସମୟରୁ ୧୭ ବର୍ଷୀୟା ଉକ୍ତ ନାବାଳିକାଙ୍କ ପତ୍ତା ମିଳି ନଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ତାକୁ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମନି ଅପହରଣ କରି ନେଇ ନିଜ ଘରେ ରଖିଥିବା ଜାଣି ପାରିଥିଲେ । କଂଟାବାଞ୍ଜି ପୁଲିସ ଏସ୍‌ଡିପିଓ ସରୋଜ ମହାପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି । ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର