ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗାଁରେ ଗତ ୧୪ ତାରିଖ ଦିନ ୪ ବର୍ଷିୟା ଶିଶୁକୁ ଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗଡ଼ଭିତରସ୍ଥିତ ବଢ଼େଇ ମିସ୍ତ୍ର କାର୍ଯ୍ୟାଳୟରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ବସିଥିଲା। ବଢ଼େଇ ମିସ୍ତ୍ରି ସଂଘର ସଭାପତି ଚନ୍ଦ୍ରମଣି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ଫେସନ ମେହେରକୁ ଫାଶୀ ଦଣ୍ଡ ଦାବି କରି ଆସନ୍ତା ୨୫ ତାରିଖ ଦିନ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏହା ସହିତ ମଦର ଅବାଧ ବିକ୍ରି ବନ୍ଦ କରିବା, ମୋବାଇଲରେ ଅଶ୍ଳୀଳ ଭିଡିଓ ନିୟନ୍ତ୍ରଣ କରିବା ଆଦି ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ବୈଠକରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନିରଞ୍ଜନ ବିଶି, ଗିରିଧାରୀ ଭୋଇ, ସାରଥି ବାଗ, ପାଟଣା ୟୁଥ୍ କ୍ଲବର ବିମଳ ବାଗ, ଅଶୋକ ପାଣିଗ୍ରାହୀ, ଶ୍ରୀମତ୍ ପାଣିଗ୍ରାହୀ, ବଣ୍ଟି ମେହେର, ରିଲୁ ବଡପଣ୍ଡା, ଅରବିନ୍ଦ କୁମାର, ଧୀରେନ୍ଦ୍ର ସେଠ, ହେମାନନ୍ଦ ମେହେର, ଦର୍ପଗଞ୍ଜନ ପଟ୍ଟନାୟକ, ନବୀନ ଭୋଇ, ଅରକ୍ଷିତ ବନଗୁଲା, କୁନା ସେଠ, ପିଣ୍ଟୁ ବେହେରା, ଅଚ୍ୟୁତ ଖମାରୀ, ପ୍ରୀତମ ଠାକୁର, ଟିକେଶ୍ୱର ଧରୁଆ, ଗୁପ୍ତେଶ୍ୱର କୁଅଁର, କାଶୀ ମେହେର ପ୍ରମୁଖଙ୍କ ସହିତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
୪ ବର୍ଷିୟା ଶିଶୁକୁ ଦୁଷ୍କର୍ମ ମାମଲା:ବିଭିନ୍ନ ସଙ୍ଗଠନର ମିଳିତ ବୈଠକ
/sambad/media/post_attachments/wp-content/uploads/2018/01/5-yr-old-rape-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)