ସଇଁତଳା ଏସ୍‌ସି-ଏସ୍‌ଟି ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ଜେଲ୍‌ ଗଲେ

ଆୟ ବହିର୍ଭୂତ ସଂପତ୍ତି ମାମଲା

ବଲାଙ୍ଗୀର : ଗତ ୧୮ ଅକ୍ଟୋବର ଦିନ ସଇଁତଳା ଏସ୍‌ଟି ଏସ୍‌ସି ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଭୂଗୋଳ ବନଗୁଲା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ମାମଲାରେ ବଲାଙ୍ଗୀର ଭିଜିଲାନ୍ସ ଚଢ଼ଉ କରିଥିଲା। ଶ୍ରୀ ବନଗୁଲାଙ୍କ ପାଟଣାଗଡ଼, ସଇଁତଳାସ୍ଥିତ ଘର ଓ ଅଫିସରେ ଚଢ଼ଉ କରିଥିଲା। ଶ୍ରୀ ବନଗୁଲା କୋଟିଏରୁ ଅଧିକ ଟଙ୍କା ଆୟଠାରୁ ଅଧିକ ଉପାର୍ଜନ କରିଥିବାରୁ ତାଙ୍କ ବିରୋଧରେ ବଲାଙ୍ଗୀର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିଲା। ଗୁରୁବାର ଶ୍ରୀ ବନଗୁଲାଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଅଧିକାରୀମାନେ ଗିରଫ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲେ। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶ୍ରୀ ବନଗୁଲାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର