ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ

ଇଣ୍ଟର୍‌ନେଟ୍‌ରେ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ

କଟକ: କ୍ରାଇମବ୍ରାଞ୍ଚ ସାଇବର୍‌ ଥାନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ନିଜ ପତ୍ନୀ ଓ ପତ୍ନୀଙ୍କ ବାପଘର ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ସହ ତାଙ୍କ ବାପ ଘରର ସମ୍ପର୍କୀୟ ଲୋକ ଓ ଅଫିସ୍‌ର ସହଯୋଗୀ କର୍ମଚାରୀଙ୍କ ଶାରୀରିକ ସଂପର୍କର ୨୨ ମିନିଟ୍‌ର ଭିଡିଓ ଏବେ ସୋସିଆଲ୍‌ ମିଡିଆ ଓ ପର୍ଣ୍ଣ େଓ୍ଵବ୍‌ସାଇଟ୍‌ରେ ଭାଇରାଲ୍‌ ହୋଇଛି । ଏଭଳି ଘଟଣା ସଂପର୍କରେ ପଚାରି ତାହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିବା, ନିଶା ଦେଇ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଭଳି ଅଭିଯୋଗ ଆଣିଛନ୍ତି ସଂପୃକ୍ତ କର୍ମଚାରୀ। ଏହି ଘଟଣାରେ ତାଙ୍କୁ ନ୍ୟାୟ ଦେବା ସହିତ ଭାଇରାଲ୍‌ ହୋଇଥିବା ଭିଡିଓକୁ େଓ୍ଵବ୍‌ସାଇଟ୍‌ ଏବଂ ସୋସିଆଲ୍‌ ମିଡିଆରୁ ହଟାଇବାକୁ ଅଭିଯୋଗ ପତ୍ରରେ ଅନୁରୋଧ କରାଯାଇଛି।

ଅଭିଯୋଗ ଅନୁଯାୟୀ ସଂପୃକ୍ତ ବ୍ୟକ୍ତି ଜଣକ ୨୦୧୬ ମାର୍ଚ୍ଚ ୬ ତାରିଖରେ ଜଣେ କର୍ମଜୀବୀ ମହିଳାଙ୍କୁ ବିବାହ କରିଥିଲେ। ଯୁବତୀ ଜଣକ ଭୁବନେଶ୍ୱରରେ ଚାକିରି କରୁଛନ୍ତି । ବିବାହ ପରେ ମଧ୍ୟ ଉଭୟ ଚାକିରି କରୁଥିବାରୁ ଅଲଗା ରହୁଥିଲେ। ୨୦୧୭ରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ସ୍ତ୍ରୀଙ୍କର କିଛି ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। କିନ୍ତୁ ସେଭଳି କୌଣସି ପ୍ରମାଣ ତାଙ୍କ ହାତରେ ଲାଗିନଥିଲା । ସନ୍ଦେହ ହେବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଏ ସମ୍ପର୍କରେ ପଚାରି ଥିଲେ। ତା’ ପରଠାରୁ ତାଙ୍କୁ ମାଡ଼ ମାରିବା, ଖାଦ୍ୟରେ ନିଶା ଦେଇ ନିର୍ଯାତନା ଦେବା ଏବଂ ହତ୍ୟା ଉଦ୍ୟମ କରାଯାଇଥିଲା। ସେ କୌଶଳକ୍ରମେ ସେମାନଙ୍କ ହାବୁଡରୁ ଖସି ଯାଇଥିଲେ। ୨୦୧୮ ମାର୍ଚ୍ଚ ୨୩ ତାରିଖରେ ଫେସ୍‌ବୁକରୁ ଏକ େଓ୍ଵବ୍‌ସାଇଟ୍‌ର ଲିଙ୍କ୍‌ ପାଇଥିଲେ।

ଉକ୍ତ ଲିଙ୍କ ଖୋଲିବା ପରେ ସେଥିରେ ପାଖାପାଖି ୫ଟି ଅଶ୍ଳୀଳ େଓ୍ଵବ୍‌ସାଇଟ୍‌ରେ ମୋଟ ୨୨ ମିନିଟ୍‌ର ଭିଡିଓରେ ତାଙ୍କ ସ୍ତ୍ରୀଙ୍କୁ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସଂପୃକ୍ତ ବ୍ୟକ୍ତି ପ୍ରଥମେ ଗତ ମେ ୨୭ ତାରିଖରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ପରେ ୨୮ ତାରିଖରେ ସମ୍ବଲପୁର ଏସ୍‌ପି ଏବଂ ଗତ ଜୁନ୍‌ ୬ ତାରିଖରେ ସମ୍ବଲପୁର ଆଇଜିଙ୍କୁ ଭେଟି ସେ ଅଭିଯୋଗ କରିିଥିଲେ। କିନ୍ତୁ ନ୍ୟାୟ ନମିଳିବାରୁ ଶେଷରେ ସେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର