ଦେଓଗାଁ: ସରକାରୀ କର୍ମଚାରୀଙ୍କ ନାଁରେ ଉନ୍ନତି ମୂଳକ କାମର କାର୍ଯ୍ୟାଦେଶ କରି ନିର୍ବାଚିତ ଜନ ପ୍ରତିନିଧି ଠିକା କାମ କରିବାର ଅନେକ ଦିନରୁ ବ୍ଳକ ସ୍ତରରେ ପରମ୍ପରା ରହିଛି। କିନ୍ତୁ ଦେଓଗାଁ ବ୍ଲକରେ ଏକ କଂକ୍ରିଟ ରାସ୍ତା କାମକୁ ନ କରିବା ପାଇଁ ଜଣେ ସମତି ସଭ୍ୟ ଯନ୍ତ୍ରୀଙ୍କୁ ଧମକ ଦେବା ପରେ ଯନ୍ତ୍ରୀ ଅଭିଯୋଗ ନ ଆଣି ଗାଁ ଲୋକେ ବିଡ଼ିଓଙ୍କୁ ସମିତି ସଭ୍ୟଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଚର୍ଚ୍ଚାର ବିଷୟ ହୋଇଛି।
ଦୀର୍ଘ ଦିନ ହେଲା ପୂର୍ତ୍ତ ବିଭାଗ ରାସ୍ତାରୁ ଜରାସିଂହା ଏଏନଏମ କେନ୍ଦ୍ରକୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଞ୍ଚମ ରାଜ୍ୟ ଅର୍ଥ କମିସନ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ଆସିଛି। ହେଲେ କାମ ଆରମ୍ଭ କରିବାକୁ ଗଲେ ସମିତି ସଭ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରି କାମ ନ କରିବାକୁ କହୁଛନ୍ତି। ଯାହା ଦ୍ବାରା କାମ ହେଉ ନାହିଁ ତେଣୁ ଜରାସିଂହା ଏଏନଏମ କେନ୍ଦ୍ରକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାମ ପଡି ରହୁଥିବାରୁ ଯନ୍ତ୍ରୀଙ୍କୁ ସମିତି ସଭ୍ୟ ଅମିତ ତ୍ରିପାଠୀ ଧମକ ଦେଉଛନ୍ତି ବୋଲି ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି ଦେଓଗାଁ ବ୍ଳକ ଜରାସିଂହା ଗାଁର ଯିବାଜି ମନହୀରା,ଉଜ୍ବଳ ଝଙ୍କାର,ଜିତୁ ତ୍ରିପାଠୀ,ସନ୍ତୋଷ ଥ ନାପତି ,ସୁଦାମ ପଟେଲ,କୈଳାସ କାର୍ତ୍ତି,ବସନ୍ତ ଠନାପତି,ଗୋପାଳ ମେହେର,କୁଶମଣି ମେହେର,ଶ୍ରୀନିବାସ ବକୁଳ,ଲୋକ ନାଥ ବାଗ,ପ୍ରମୋଦ ସିଂ ନିନା ,ପ୍ରକାଶ ସିଂ ଲାଲ ଙ୍କ ସହ ୭୦ ରୁ ଅଧିକ ଲୋକ।
ଏପରିକି ଏହି କାମ କୁ ଦେବାଶିଷ ସିଂ କରିବାକୁ ଗାଁ ଲୋକେ ସ୍ଥିର କରିଛୁ ବୋଲି ବିଡ଼ିଓଙ୍କୁ ଲିଖିତ ଭାବରେ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ବିଡ଼ିଓ କ୍ଷମାନିଧି ଭୋଇ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜରାସିଂହା ଗାଁର ଭଦ୍ରବ୍ୟକ୍ତିମାନେ ଦେଓଗାଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ, ଜରାସିଂହା ଏଏନଏମ କେନ୍ଦ୍ରକୁ ଯିବା ପାଇଁ ହେବାକୁ ଥିବା କଂକ୍ରିଟ ଅତ୍ୟନ୍ତ ଆବଶ୍ୟକ, ହେଲେ ରାସ୍ତା ନିର୍ମାଣ ନ କରିବାକୁ ଜରାସିଂହା ସମିତି ସଭ୍ୟ ଅମିତ ତ୍ରିପାଠୀ ଫୋନ ମାଧ୍ୟମରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାପ ସୃଷ୍ଟି କରୁଛନ୍ତି। ଯାହା ଫଳରେ ଜରାସିଂହାରେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗକୁ ନେଇ ସମିତି ସଭ୍ୟ ଅମିତ ତ୍ରିପାଠୀଙ୍କୁ ପଚାରିବାରୁ ଠିକାକାମକୁ ନେଇ ସରପଞ୍ଚ ଷଢ଼ଯନ୍ତ୍ର କରୁଚନ୍ତି। ମୁଁ ମନା କରିବା ଅଭିଯୋଗ ଭିତ୍ତିହୀନ ବୋଲି କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଏହାକୁ ନେଇ ମୁହଁ ଖୋଲୁ ନ ଥିବାରୁ ଠିକା ଭାଗ ବଣ୍ଟା କିମ୍ବା ପିସିକୁ ନେଇ ଏମିତି ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି।