ଲାଠୋର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଚାଲିଥିବା କରତ କଳ ଉପରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ କରାଯାଇଛି। ଏହା ସହିତ କରତ କଳ ମାଲିକ ମୁକେଶ ଶର୍ମା ଓ ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ବହୁ ବର୍ଷ ହେଲା ଏହି କରତ କଳ ବେଆଇନ ଭାବେ ଚାଲୁଥିଲା ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।
ବେଆଇନ ଭାବେ ଏହି କରତ କଳ ଚାଲୁଥିବା ଖବର ପାଇ ବନ ବିଭାଗ ପକ୍ଷରୁ ରବିବାର ଚଢ଼ଉ କରାଯାଇଥିଲା। ସେଠାରୁ ପଲଙ୍କ, କବାଟ, ସୋଫାସେଟ୍, ଶାଗୁଆନ ଗଣ୍ଡି, କେନ୍ଦୁ ଗଣ୍ଡି, ଶିମୁଳି ଗଣ୍ଡି, କାଠକଟା ଯନ୍ତ୍ର ଇତ୍ୟାଦି ଜବତ କରାଯାଇଥିଲା। ସେଠାରୁ କରତ କଳ ମାଲିକ ମୁକେଶ ଓ ତାଙ୍କ ୫ ଜଣ କର୍ମଚାରୀଙ୍କୁ ଗିରଫ କରା ଯାଇଥିଲା। ଜବତ ସାମଗ୍ରୀକୁ ଟ୍ରାକ୍ଟର ଯୋଗେ ଲାଠୋର ବନ ବିଭାଗ କାର୍ଯ୍ୟାଳୟକୁ ଅଣା ଯାଇଥିଲା। ଜବତ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଲାଠୋର ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାର କହିଛନ୍ତି। ଏନେଇ ଏକ ମାମଲା ରୁଜୁ କରି ଆସନ୍ତା ସୋମବାର ୬ଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି। ଏହି ଚଢ଼ଉରେ ଡିଏଫଓ ସମିର ଶତପଥୀ, ଏସିଏଫ ବାବାଜୀ ଚରଣ ରାଉଳ, ଲାଠୋର ରେଞ୍ଜ ଅଧିକାରୀ ଶ୍ରୀ ସୁତାର, ବଲାଙ୍ଗୀର ରେଞ୍ଜ ଷ୍ଟାଫ, ମୋବାଇଲ ଷ୍ଟାଫ ସାମିଲ ଥିଲେ।
କରତ କଳରେ ବନ ବିଭାଗର ଚଢ଼ଉ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ମାଲିକ ସହ ୬ ଗିରଫ
/sambad/media/post_attachments/wp-content/uploads/2019/06/blgr10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)