ବଲାଙ୍ଗୀର: ଜାନୁଆରି ୮ରେ ଶୁଳିଆ ଯାତ୍ରା, ଜାରି ରହିବ ବଳି ପ୍ରଥା

ବଲାଙ୍ଗୀର: ଆଦିବାସୀମାନଙ୍କ ପ୍ରସିଦ୍ଧ ଯାତ୍ରା ‘ଶୁଳିଆ’ ଜାନୁଆରି ୮ରେ ପାଳନ ହେବ। ପଶୁବଳି ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ବଲାଙ୍ଗୀର ଜିଲ୍ଲାର ଖଇରଗୁଡ଼ା ପାହାଡ଼ ପାଦ ଦେଶରେ ପାଳିତ ହେଉଥିବା ଏହି ଯାତ୍ରାରେ ଏଥର ବି ହଜାର ହଜାର ପଶୁ-ପକ୍ଷୀ ବଳି ପଡ଼ିବେ। ଶହ ଶହ ଛେଳି, ମେଣ୍ଢା, କୁକୁଡ଼ା, ବତକ, ପାରା ଆଦି ଜୀବଜନ୍ତୁ ବଳି ପଡ଼ିବେ। ମିଳିତ ଶୁଳିଆ ପୂଜା କମିଟିର ସଂପାଦକ ମୟ ପ୍ରଧାନୀ ରବିବାର ଏହି ସୂଚନା ଦେଇଛନ୍ତି।

କନ୍ଧ ସଂପ୍ରଦାୟର ୫୦୦ ବର୍ଷର ପରଂପରା ‘ଶୁଳିଆ ଯାତ୍ରା’ ବଣ ପାହାଣ ଘେରା ପରିବେଶରେ ପାଳିତ ହେବ। ପୌଷ ମାସର ୨ୟ ମଙ୍ଗଳବାର ଅବସରରେ ଏହି ପର୍ବରେ କନ୍ଧ ସଂପ୍ରଦାୟର ୮ଟି ଉପ-ଜାତିର ଲୋକେ ଶୁଳିଆ ଦେବୀଙ୍କୁ ପୂଜା କରିଥାନ୍ତି। ପୂଜା କରୁଥିବା ସଂପ୍ରଦାୟର ଭାବନା ଅନୁସାରେ ସେମାନେ ତାଙ୍କ ପ୍ରିୟ ଦେବୀଙ୍କୁ ରକ୍ତ ଦେଲେ, ଖୁସି ଓ ଆଶୀର୍ବାଦ ପାଇବେ।

ଅତୀତରେ ଶୁଳିଆ ଯାତ୍ରାକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବହୁ ବାର ଉଦ୍ୟମ କରିଛି। ମାତ୍ର କୌଣସି ଲାଭ ହୋଇ ନାହିଁ। କାରଣ ସ୍ଥାନୀୟ ଲୋକେ ଚାହିଁ ନାହାନ୍ତି ଯେ, ପାରଂପରିକ ଏହି ଯାତ୍ରା ବନ୍ଦ ହୋଇଯାଉ।

ସମ୍ବନ୍ଧିତ ଖବର