ଦେଓଗାଁ/ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର କୁଆର ଗାଁରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ବିମ୍ବାଧର କଳତାଙ୍କ ସ୍ତ୍ରୀ ମାମି କଲତା। ମହିଳାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ଲୋକେ ଶାଶୁ ଘରେ ଲୋକେ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ବୋଲି ସଇଁତଲା ଥାନାରେ ଅଭିଯୋଗ କରିବା ପରି ଏହାକୁ ନେଇ ଅଧିକ ଆଲୋଚନା ହେଉଛି।

Advertisment

ବିମ୍ବାଧରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠି ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ପଟେ ଝିଅର ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଗତ ମାର୍ଚ୍ଚ ମାସରେ ମୃତ ମହିଳା  ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ସଇଁତଲା ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ଚିକିତ୍ସା ପରେ ଠିକ ହେଇଥିଲେ। ଯୌତୁକକୁ ନେଇ ବାରମ୍ବାର ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ, ହେଲେ ପରିବାର ଲୋକେ ମଧ୍ୟସ୍ଥି ହୋଇ ବିଭିନ୍ନ ସମୟରେ ସମାଧାନ ମଧ୍ୟ କରିଛନ୍ତି। ଭାଇ ଜଉଁତିଆ ଗୋଟିଏ ଦିନ ଥିବା ବେଳେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ଅଭିଯୋଗ ପାଇବା ପରେ ସଇଁତଲା ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।