ଶିକ୍ଷକ ମୃତ୍ୟୁର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବି

ଅଣଶିକ୍ଷକ କାର୍ଯ୍ୟକ୍ରମକୁ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସ˚ଘର ବିରୋଧ

ବଲାଙ୍ଗୀର,: ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜନ କରାଯାଉଥିବାରୁ ଶିକ୍ଷକ ସ˚ଘ ଏହାର ପ୍ରତିବାଦ କରିଛି। ଘୁନସର ସରକାରୀ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁଗ୍ରହ ନନ୍ଦଙ୍କୁ ଔଷଧ ବଣ୍ଟନ କାରଣଜନିତ ତୃଟି ଦେଖାଇ କେତେ ଜଣ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଚାପ ପ୍ରଦାନ ଏବ˚ ତାଙ୍କ ପୁଅକୁ ମାଡ ମାରିବା ହେତୁ ଗୁରୁତର ଅସୁସ୍ଥ ହୋଇ ଗତ ଶନିବାର କଟକ ହସପିଟାଲରେ ମୃତ୍ୟୁବରଣ କରିବା ଘଟଣାରେ ବଲାଙ୍ଗୀର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସ˚ଘ ଘଟଣାର ତଦନ୍ତ କରିବା ସହିତ ଦୋଷୀ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରାଯିବ ବୋଲି ସ˚ଘ ଜିଲ୍ଲାପାଳଙ୍କୁ ଜଣାଇଛି। ଶିକ୍ଷକମାନଙ୍କୁ ସମସ୍ତ ଅଣଶିକ୍ଷକ କାମରୁ ବାଦ ଦେବା ପାଇଁ ଜିଲ୍ଲାପାଳଙ୍କୁ ସ˚ଘ ଅନୁରୋଧ କରିଛି ବୋଲି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସ˚ଘ ସଭାପତି ଶିତୋଷ ପାଣିଗ୍ରାହୀ, ସ˚ପାଦକ ଚକାନନ୍ଦ କମ୍ପ, ଉପ-ସଭାପତି ରଜନୀକାନ୍ତ ପଟେଲ, ଆଶିଷ ସି˚ଭୋଇ, କେଦାର ଭଲ୍ଲବ ପାଣିଗ୍ରାହୀ, ଯୁଗ୍ମ ସ˚ପାଦକ ସୁଶିଲ ପୋଡ ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର