ସଇଁନ୍ତଲା: ସଇଁନ୍ତଲା ନିକଟସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନା ଅଂଚଳରେ ମହାବଳ ବାଘ ବୁଲୁଥିବା ସଂପର୍କରେ ବୁଧବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିଛି ଖଳ ପ୍ରକୃତିର ଲୋକ ନେଟ୍ରୁ ଡାଉନ୍ଲୋଡ଼ କରି ଏହି ଫଟୋକୁ ଭାଇରାଲ କରାଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିଲେ। ବନ ବିଭାଗ ମଧ୍ୟ ଏହାକୁ ସତ ମନେ କରି ତନାଘନା ଆରମ୍ଭ କରିଥିଲା। ହେଲେ କିଛି ପାଇ ନଥିଲା। ସେହିପରି ଗୋଳା ବାରୁଦ କାରଖାନାର ସରକାରୀ ବାସଭବନରେ ରହୁଥିବା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହି ଫଟୋକୁ ଭାଇରାଲ କରି ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି ହୋଇଛି।
ଦୁଇଦିନ ତଳେ ଉକ୍ତ ଫଟୋକୁ ଏଠାରେ ଭାଇରାଲ କରାଯାଇଥିଲା। ଗୋଳାବାରୁଦ କାରଖାନାର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ବାଘ ବୁଲୁଥିବା ବେଳେ ଉକ୍ତ ଫଟୋ ଉଠାଯାଇଥିବା ପ୍ରଚାର କରାଯାଇଥିଲା। କାରଖାନା ଅଂଚଳ ଜଙ୍ଗଲରେ ଭାଲୁ, ବାରହା, କଲରାପତରିଆ, ମୟୂର ଭଳି ପ୍ରାଣୀ ରହିଆସୁଥିବା ବନ ବିଭାଗ ହିସାବରୁ ଜଣାଯାଏ। କିନ୍ତୁ ଅଦ୍ୟାବଧି ଏହି ଜଙ୍ଗଲରେ ମହାବଳ ବାଘର ଉପସ୍ଥିତି ଜଣା ପଡ଼ି ନାହିଁ ବୋଲି ବନ ବିଭାଗ କହିଛି। ବୁଧବାର ବଡ଼ମାଳ ଫରେଷ୍ଟର ଭବାନୀ ସ୍ୱାଇଁଙ୍କୁ ପଚାରିବାରୁ ବାଘର ଫଟୋ ଭାଇରାଲ ଦେଖି ତଦନ୍ତ କରାଯାଇଛି; କିନ୍ତୁ, ବାଘର ଉପସ୍ଥିତି ସମ୍ପର୍କରେ କୌଣସି ପ୍ରମାଣ ମିଳି ନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଭାଇରାଲ ହୋଇଥିବା ଫଟୋଟି ହାଇଦ୍ରାବାଦ ଅଞ୍ଚଳର ଓ ଏହା ନେଟ୍ରେ ରହିଛି। କିଛିଦିନ ତଳେ ସମାନ ଫଟୋ ନୂଆପଡ଼ା ଏବଂ ମାଲକାନଗିରି ଅଞ୍ଚଳରେ ମଧ୍ୟ ଭାଇରାଲ ହୋଇଥିଲା। ସେଠାରେ ବି ଏଭଳି ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଥିଲା। ଏବେ ସମାନ ଫଟୋକୁ ସଇଁନ୍ତଲା ଅଞ୍ଚଳରେ ଭାଇରାଲ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଯାଇଛି।
ବାଘ ଫଟୋ ଭାଇରାଲ କରି ଡରାଇଲେ
oଗୋଳା ବାରୁଦ କାରଖାନା କର୍ମଚାରୀ ଆତଙ୍କିତ oବନ ବିଭାଗର ତନାଘନା
/sambad/media/post_attachments/wp-content/uploads/2018/03/blgr-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)